ଓଡଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ସଭାଗୃହରେ ଗ୍ରାମ ପଂଚାୟତ ସ୍ତରୀୟ ପରିପୂର୍ତ୍ତି ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଲୋହିତ ନନ୍ଦ, ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି, ସରପଞ୍ଚ ସସ୍ମିତା ପାତ୍ର, ଆର୍ମି ଭେଟେରାନ ତଥା ବରିଷ୍ଠ ଖବରଦାତା ଆଦର୍ଶ କୁମାର ପଟ୍ଟନାୟକ, ସାମ୍ବାଦିକ ସଙ୍ଘ ସଭାପତି ଅଶୋକ କୁମାର ମହାପାତ୍ର ମଂଚାସୀନ ଥିଲେ । ଏଥିରେ ପ୍ରଥମେ ବ୍ୟାଙ୍କ ସମନ୍ୱୟ ସଂଯୋଜିକା ଗାୟତ୍ରୀ ରଥ ବିଭିନ୍ନ ବ୍ୟାଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସମସ୍ତ ଜନସୁରକ୍ଷା ଯୋଜନା ଓ ଏହାର ସରଂକ୍ଷଣ ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ନିଷ୍କ୍ରିୟ ଜମା ଖାତାକୁ ପୁନଃ ପ୍ରମାଣୀକରଣ ସହିତ ଡିଜିଟାଲ ଧୋକା ଧାଡ଼ିରୁ ବର୍ତ୍ତିବା ନିମନ୍ତେ ବ୍ୟାଙ୍କ ଅଧିକାରୀ ଏବଂ ଅନ୍ୟ ଅତିଥି ମାନେ ଆଦୌ ଓଟିପି କୌଣସି ଅଜଣା ବ୍ୟକ୍ତିଙ୍କୁ ନଦେବା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଶିବିରରେ ୫୦ ଉର୍ଦ୍ଧ୍ବ ମହିଳା ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.