ସମବାୟ ସମିତି ଆଇନିର ବିରୁଦ୍ଧାଚରଣ,ସମ୍ପାଦକଙ୍କ ବହିସ୍କାର ଦାବି

4

ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ଅନ୍ତର୍ଗତ ହନୁମନ୍ତିଆ ପ୍ରାଥମିକ କୃଷି ସମବାୟ ସମିତିର ଭାରାପ୍ରାପ୍ତ ସମ୍ପାଦକ ସନ୍ତୋଷ କୁମାର ନାୟକ ସ୍ତ୍ରୀ ରୁନାରାଣୀ ନାୟକ ଏବଂ ନିଜ ଭାଇ ପ୍ରମୋଦ କୁମାର ନାୟକଙ୍କୁ ସମବାୟ ନିର୍ବାଚନ ସମୟରେ ଚଞ୍ଚକତାରେ ଉଭୟଙ୍କୁ ନିର୍ଦେଶକ ଭାବେ ନିର୍ବାଚିତ କରିବାରେ ସହାୟତା କରିଥିବା ନେଇ ଅଭିଯୋଗ ହୋଇଛି । ଏହା ସମବାୟ ଆଇନର ଧାରା ୨୮(୩)(ଘ)ର ବିରୁଦ୍ଧାଚରଣ କରୁଛି । ଏଣୁ ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କୁ ୭ ଦିନ ମଧ୍ୟରେ କାର୍ଯ୍ୟରୁ ବହିସ୍କାର କରି ଅନ୍ୟମାନଙ୍କ ତରଫରୁ ବଂଶିଧର ନାୟକ ଉପନିବନ୍ଧକ ସମବାୟ ସମିତି ସମୁହ ନୟାଗଡ଼ଙ୍କ ଠାରେ ଅଭିଯୋଗ କରିଛନ୍ତି । ଏଥି ସହିତ ଏକକିତା ନକଲ ରେଜିଷ୍ଟ୍ରାର ସମବାୟ ସମିତି ସମୂହ, ଭୁବନେଶ୍ବର, ଜିଲ୍ଲାପାଳ ନୟାଗଡ଼, ସହ‌କାରୀ ନିବନ୍ଧକ ସମବାୟ ସମିତି ସମୂହ ନୟାଗଡ଼ଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଜଣାଇ ଅଛନ୍ତି । ସୂଚନା ଥାଉକି ସମବାୟ ଆଇନ ଅନୁସାରେ କୌଣସି ସମିତିର ବେତନ ଭୋଗୀ କର୍ମଚାରୀଙ୍କ ପରିବାରର କିମ୍ବା ନିକଟ ସମ୍ପର୍କୀୟ କୌଣସି ବ୍ୟକ୍ତି ସମବାୟ ସମିତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । ଏହି ନୀୟମକୁ ଅଣଦେଖା କରି ନିଜର ସ୍ବାର୍ଥ ସାଧନ ନିମନ୍ତେ ସମ୍ପାଦକ ଗୋଚରରେ ଏଭଳି ଭୁଲ୍ କାର୍ଯ୍ୟ କରିଥିବାରୁ ତୁରନ୍ତ ତାଙ୍କୁ ପଦବିରୁ ବହିସ୍କାର କରିବା ପାଇଁ ଦାବି ହୋଇଛି । ଏଥିସହିତ ସେହି ସମୟରେ ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀ ଏଭଳି କାର୍ଯ୍ୟକୁ ଏଡାଇ ଯିବା କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି କରୁଛି ।

Leave A Reply

Your email address will not be published.