ସେପ୍ଟମ୍ବର ୧୧ ତାରିଖ “ଘୁମୁସର ଦିବସ” ପାଳନ ପାଇଁ ପ୍ରସ୍ତୁତି ବୈଠକ

4

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆଜି ମଧ୍ୟାହ୍ନ ଅର୍ଥାତ୍ ୧୨ ତାରିଖ ମଙ୍ଗଳ ବାର ୨୦୨୫ ମଧ୍ୟାହ୍ନ ସମୟ ରେ ଭଞ୍ଜନଗର ସ୍ଥିତ ରେଡ୍ କ୍ରସ୍ ରୋଡ଼ ଖାଲାସିସାହି ନାୟକ ଭବନ ଠାରେ ଘୁମୁସରବିକାଶ ପରିଷଦ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ଉକ୍ତ ପରିଷଦର ସମ୍ପାଦକ ଠାରୁ ସୁଚନା ମିଳିଛି। ଉକ୍ତ ବୈଠକରେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ ,ସମ୍ପାଦକ ପ୍ରକାଶଚନ୍ଦ୍ର ସାହୁ, କୋଷାଧକ୍ଷ ସୁଶାନ୍ତ ପାତ୍ର, ସଭ୍ୟ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା, ରବିନାରାୟଣ ସାମନ୍ତ ସୁରେନ୍ଦ୍ର ବେହେରା ଗୋବିନ୍ଦ ଚନ୍ଦ୍ର ଲେଙ୍କା, ନିମନ୍ତ୍ରିତ ସଭ୍ୟ ଦେବାଶିଷ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସେପ୍ଟେମ୍ବର ୧୧ ତାରିଖ ଘୁମୁସର ଦିବସକୁ କିପରି ସର୍ବୋତମଭାବେ ଭାବ୍ୟ ଭାବରେ ସଫଳ କରାଯିବ ତାହା ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା।ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଯୋଗଦେବାକୁ ବୈଠକରେ ସଦୟ ସମ୍ମତି ପ୍ରଦାନ କରାଯାଇଥିବା ଜଣାପଡିଛି। ରାଜ୍ୟ ତଥା ଜାତୀୟ ଅନ୍ତଃଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବାଘୁମୁସରପ୍ରେମୀ ଶିକ୍ଷାବିତ, ବୈଜ୍ଞାନିକ, ଐତିହାସିକ ଗବେଷକ ଇଞ୍ଜିନିଅର ସାହତ୍ୟିକ କବି କଳାକାର ,ଆଇନଜୀବୀ ଡାକ୍ତର, ପ୍ରଶାସନିକ ଅଧିକାରୀ ମାନଙ୍କୁ ନିମନ୍ତ୍ରଣ କରାଯିବାକୁ ନିଷ୍ପତି ହୋଇଛି। ଘୁମୁସର ଅଞ୍ଚଳର ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ଏହି ସମ୍ମିଳନୀ ରେ ଯୋଗ ଦେଇ ପ୍ରତିନିଧି ମାନଙ୍କୁ ସମ୍ମାନ ଜଣାଇବାକୁ ଆହ୍ୱାନ କରାଯାଇଛି । ସଭ୍ୟ ରବିନାରାୟଣ ସାମନ୍ତଙ୍କୁ ପରିଷଦ କାର୍ଯ୍ୟାଳୟ ତରଫରୁ ସମ୍ପାଦକ ପଦ ଦାୟିତ୍ୱ ଦିଆଯାଇଛି । ଶେଷରେ ଉକ୍ତ ବୈଠକରେ ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.