ଗୁଣପୁର ଉପ ଜିଲ୍ଲାପାଳଙ୍କ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ ।

4

ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଦେଲେ ପରାମର୍ଶ ।

ଗୁଣପୁର ତା:୧୨-୦୮-୨୦୨୫ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ ସ୍ଥାନୀୟ କୃଷି ପରାମର୍ଶ କେନ୍ଦ୍ର ପରିଦର୍ଶନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଉନ୍ନତ କିଶମର ବିହନ ପ୍ରସ୍ତୁତ କରି କୃଷକଙ୍କ ନିକଟରେ ପହଁଚାଇ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସୂର୍ଯ୍ୟମୁଖୀ, ଗେଣ୍ଡୁ ଫୁଲ ସହ ଅନୁବନ୍ଦିତ କରି ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହ ଗୁଣପୁର ଅଞ୍ଚଳରେ ଆଉ କି କି ପ୍ରକାର ଅର୍ଥ ରୋଜଗାରୀ ଚାଷ ହୋଇ ପାରିବ ସେ ନେଇ କୃଷି ବୈଜ୍ଞାନିକ ମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ଗୁଣପୁର ଅଞ୍ଚଳରେ ଚାଲିଥିବା କପା, ଧାନ, କାନ୍ଦୁଲ ବ୍ୟତୀତ ଅନ୍ୟ ଚାଷ ପ୍ରତି ଚାଷୀଙ୍କୁ କିପରି ସଚେତନ କରାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବାକୁ କୃଷି ବିଭାଗ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ସମୟରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସମୂହ ଡ଼ଃ ସୁସ୍ମିତା ମହାନ୍ତି, ଡ଼ଃ ରାଜୀବ ଟୁଡୁ, ଡ଼ଃ ନରାମ ରାମ, ଡ଼ଃ ଆନନ୍ଦିତା ରାୟ, ଡ଼ଃ ପରିମଳ ତରାଇ, ଡ଼ଃ ଜୁନାଦ୍ରୀ ବାଘ, ନିୟନ୍ତିତ ବଜାର କମିଟି ସମ୍ପାଦକ ଦଳପତି କାର୍ଜିଙ୍କ ସମେତ କୃଷି ବିଭାଗ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.