ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବିଶ୍ୱ ହସ୍ତୀ ଦିବସ ପାଳନ

4

ପଦ୍ମପୁର: ମଙ୍ଗଳବାର ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହସ୍ତୀ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଦ୍ୟୁତ ବିଭାଗ ଏସଡିଓ ସନ୍ଦୀପ ଭୋଇ, ମୁଖ୍ୟ ବକ୍ତା ଭାବରେ ଅଞ୍ଚଳ କଲେଜ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବରେ ପ୍ରକୁତି ବନ୍ଧୁ ମିନିକେତନ ସାହୁ ଯୋଗଦେଇ ବିଶ୍ୱ ହସ୍ତୀ ଦିବସ କାହିଁକି ପାଳନ କରାଯାଏ ଓ ହାତୀ କେମିତି ନିଜ ବାସ ସ୍ଥାନ ରେ ରହି ପାରିବେ ଯେମିତି ସହର ମୁହାଁ ନ ହେବେ ସେନେଇ ବନ ବିଭାଗ ଗାଁ ଗାଁ ରେ ସଚେତନ କରିବା ଜରୁରି ବୋଲି ଅତିଥି ମାନେ ନିଜ ନିଜର ମତାମତ ରଖିଥିଲେ। ବର୍ତ୍ତମାନ ଜଙ୍ଗଲରେ କାଠ ମାଫିଆ ମାତି ଥିବା ବେଳେ ଜଙ୍ଗଲ ଲୋପ ପାଇଯିବାରେ ବସିଲାଣି, ଯ ଦ୍ୱାରା ହାତୀ ସହର ମୁହାଁ ହେବାରେ ଲାଗିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଗାଇସିଲେଟ ବନପାଳ ଝରଣା ସାହୁ, ପଦ୍ମିନୀ ଭୋଇ, ଚିନ୍ମୟୀ ମହାପାତ୍ର, ବନରଖି ଓ ସ୍କୁଆର୍ଡ ଉପସ୍ଥିତ ଥିଲେ। ବରଗଡ ଡିଭିଜନ ଟିମ ଲିଡର ପ୍ରକାଶ ହୋତା ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ପଦ୍ମପୁର ବନପାଳ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.