ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ମୁଖ୍ୟ ଡାକଘର ତରଫରୁ ସାଧାରଣ ଜନତା ଙ୍କ ମନରେ ଦେଶପ୍ରେମ ର ବାର୍ତ୍ତା ର ସଚେତନତା କୁ ଜାଗ୍ରତ କରିବା ନିମନ୍ତେ ଆଜି ଅର୍ଥାତ୍ ଅଗଷ୍ଟ ମାସ ୧୨ ତାରିଖ ମଙ୍ଗଳ ବାର ୨୦୨୫ ଦିନ ପ୍ରଭାତ ଫେରି ବା ପ୍ରତ୍ୟେକ ଙ୍କ ଘରେ ତ୍ରିରଙ୍ଗା ପତାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ଆସିକା ଡାକସେବା ମଣ୍ଡଳର ଅଧିକ୍ଷକ ଙ୍କ ନିର୍ଦେଶ ଅନୁସାରେ ଭଞ୍ଜନଗର ବିଭାଗ ରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଅନେକ ଜନସାଧାରଣ ଓ ସ୍ଥାନୀୟ ଡାକଘର କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ। ଉକ୍ତ ପ୍ରଭାତ ଫେରି ବା ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଭଞ୍ଜନଗର ମୁଖ୍ୟ ଡାକଘରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ , ଉପଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ଭଞ୍ଜନଗର ବସଷ୍ଟାଣ୍ଡ୍ ଅତିକ୍ରମ କରି, ମୁଖ୍ୟ ଚିକିତ୍ସାଳୟ ହୋଇ ପୁଣ ଡାକଘର ଠାରେ ପହଞ୍ଚିଥିଲେ। ଆଜିର କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ମୁଖ୍ୟ ଡାକପାଳ ଶ୍ରୀ ଜିତେନ୍ଦ୍ର କୁମାର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ସମ୍ପର୍ଣ୍ଣ ହୋଇଥିଲା। ଏଥିସହ ବରିଷ୍ଠ ଡାକକର୍ମଚାରି ଶମ୍ଭୁ ପ୍ରସାଦ ତ୍ରିପାଠୀ, ମିହିର ପ୍ରସାଦ ପଟ୍ଟନାୟକ , ସୁମନ ସଂଗିତ ପଟ୍ଟନାୟକ, ଗାୟତ୍ରୀ ପ୍ରିୟଦର୍ଶିନୀ ତ୍ରିପାଠୀ, ରୋଜାଲିନ୍ ଆଚାର୍ଯ୍ୟ, ମକରଧ୍ବଜ ସ୍ଵରେନ୍, ଗେରିସିଂ ମିନା, ରାଜେଶ କୁମାର ଦେଚର୍ୱ।ଲ୍, ମହେଶ୍ଵର ବିଷୋୟୀ,ସୁନାରାମ୍, ମାରାଣ୍ଡି, ଶଙ୍କର କୁମାର ସାହୁ,ମିଟୁ ମହାରଣା, ସମିର୍ ଶବର, ରବିନ୍ଦ୍ର ରଥ ସମେତ ଅନ୍ୟ ସମସ୍ତ ଡାକ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସଦ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.