ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାର ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର, ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କମିଟି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସଡ଼କ ସୁରକ୍ଷା କମିଟି ର ସମସ୍ତ ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ, ଟ୍ରକ୍ ମାଲିକ ସଂଘ, ଓ ପ୍ରାଇଭେଟ୍ ବସ ମାଲିକ ସଂଘର ସଭାପତି ଦ୍ବୟ,ରାସ୍ତା ସୁରକ୍ଷା ସ୍ଵେଚ୍ଛାସେବୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ, ଗତ ତିନି ବର୍ଷରେ ସୁବର୍ଣ୍ଣପୁର ଜିଲ୍ଲା ରେ ଘଟିଥିବା ସଡ଼କ ଦୁର୍ଘଟଣା ଉପରେ ତୁଳନାତ୍ମକ ବିବରଣୀ ଉପସ୍ଥାପନ ପୂର୍ବକ ଜିଲ୍ଲା ରେ ଥିବା ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ ସ୍ପଟ୍ ବିଷୟ ରେ ଜଣାଇବା ସହିତ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଉପରେ ଅବଗତ କରିଥିଲେ ଓ ସଡ଼କ ସୁରକ୍ଷା ଉପରେ ସବିଶେଷ ଆଲୋଚନା କରାଯାଇଥିଲା ।ଏହି ଅବସରରେ ସେ ପ୍ରକାଶ କଲେ ଯେ, ମୋଟର ଯାନ ନିୟମ ଉଲ୍ଲଘଂନକାରୀ ଗାଡ଼ି ଚାଳକ ମାନଙ୍କ ଠାରୁ ଜୁନ ମାସରେ ସର୍ବମୋଟ ୧୩୫ ଗୋଟି ଚାଲାଣ କଟାଯାଇଥିଲା ।ତନ୍ମଧ୍ୟରୁ ୪୩ ଗୋଟି ଚାଲାଣର ଫାଏସଲା ହୋଇ ସର୍ବମୋଟ ଟ. ୧୧,୨୬,୦୦୦.୦୦ ଙ୍କା ଫାଇନ ବାବଦକୁ ଆଦାୟ ହୋଇଛି । ଅବଶିଷ୍ଟ ୯୨ ଗୋଟି ଚାଲାଣ ଫାଏସଲା ହୋଇନାହିଁ ଏବଂ ଏହି ଚାଲାଣ ବାବଦକୁ ଟ.୫,୮୭,୮୬୦.୦୦ ଫାଇନ ଆଦାୟ କରିବାକୁ ବାକି ଅଛି। ସେ ଆହୁରି ପ୍ରକାଶ କଲେ ଯେ, ଗତ ଜାନୁୟାରୀ ୨୦୨୫ ରୁ ଜୁନ ୨୦୨୫ ମଧ୍ୟରେ ମୋଟର ଯାନ ଆଇନ ଉଲ୍ଲଙ୍ଘନ ପାଇଁ ୨୯୨ ଜଣ ଉଭୟ ମୋଟର ସାଇକେଲ ଓ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ୧୦(ଦଶ) ଜଣ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀଙ୍କୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ରେ ଆର୍ଥିକ ପୁରସ୍କାର ସହିତ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post