ବିଜେପୁର :-ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କଲେଜ ଛକ ନିକଟସ୍ଥ ସୋହେଲା ରାସ୍ତା କଡ଼ରେ ୩୦୦ କ୍ଷମତା ବିଶିଷ୍ଟ କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ସ୍ଥାପିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ, କାର୍ଯ୍ୟନିର୍ବାହୀ ଅଧୂକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ, ବିଭାଗୀୟ ସହକାରୀ ଯନ୍ତ୍ରୀ ଶିବାନନ୍ଦ ଚୌଧୁରୀ,ପ୍ରମୁଖ ଉପସ୍ଥିତ ଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ୨ କୋଟି ୮୨ ଲକ୍ଷ ଧାର୍ଯ୍ୟ କରାଯାଇଛି। ପଣ୍ଡିତ ସୁରେନ୍ଦ୍ର ମହାପାତ୍ର ଭିତ୍ତିପ୍ରସ୍ତର ପୁଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁନାଫୁଲ ସେଟ,ଯୋଗିନ୍ଦ୍ର ପଧାନ,ଶରତ ବିଶି, ମହେଶ ଦେବତା, କାଉନସିଲର ସମାରୀ ମେହେର, କ୍ରିଷ୍ଣା ଭୋଇ, ଯୋଗେଶ୍ୱରୀ ସେଠ, ପଦ୍ମାବତୀ ଦେହେରି, ନମିତା ପଧାନ,ମଈଥିଲି ଡ଼ନସେନା, ପଦ୍ମିନୀ ତରିଆ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସମେତ, ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.