ପଦ୍ମପୁର:- ପଦ୍ମପୁର ରଜପଡା ପାଖରେ ନୂତନ ଭାବରେ ନିର୍ମିତ ହୋଇଥିବା ଶ୍ମଶାନ ଘାଟ ରେ ବରିଷ୍ଠ ନାଗରିକ ସଂଘ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ମିଳିତ ସହଯୋଗ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝୀ, ବୃକ୍ଷ ରୋପଣ ର ଉପକାରିତା ଉପରେ ଆଲୋଚନା କରିବା ସହିତ ଶ୍ମଶାନ ଘାଟ ର ସଫା ସୁତରା ଏବଂ ଅନ୍ଯାନ୍ଯ ଆନୁଷଙ୍ଗିକ ସୁବିଧାସୁଯୋଗ ଉପରେ ମତାମତ ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ସଂଘ ର ସଂପାଦକ ପୁରନ୍ଦର ଦୋରା, ଗୋବିନ୍ଦ ପାଣିଗ୍ରାହୀ , ବାସୁଦେବ ଦୋରା, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ରବିନାରାୟଣ ଦୋରା, ଜିତେନ୍ଦ୍ର ଦାଶ, ଶେଷଦେବ ମେହେର, ବିଦ୍ୟାଧର ଦାଶ, ଗୌରୀଶଙ୍କର ମେହେର, ନବକିଶୋର ସାହୁ, ସୋନୁ ବାଗ ଙ୍କ ସହିତ କାଉନସିଲର କ୍ଷୀର ସନବର୍ଷା, ବାସନ୍ତୀ ବରିହା, ଯୁଗଳ କିଶୋର ସାହୁ, ଜୟରାମ ମହାପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାନିଟାରୀ ଅଫିସର ଦୀନବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବରିଷ୍ଠ ନାଗରିକ ସଂଘ ର ସଦସ୍ଯ ତଥା ସାମାଜିକ କର୍ମୀ ନିରୋଜ ଦୋରା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post