ପଦ୍ମପୁର :- ପାଇକମାଲ ଥାନା ଅନ୍ତର୍ଗତ ଖଣ୍ଡିଝରନ ନିକଟରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ଗୋଟିଏ ବାଇକ୍ (ହୀରୋ ଗ୍ଲାମର ନମ୍ବର ଓ ଡି ୧୭ ଏମ୍ ୦୦୮୯) କୁ ଜବତ କରିଛି ପାଇକମାଲ ପୋଲିସ। ଅଭିଯୁକ୍ତ ମାନେ ବଲାଙ୍ଗିର ଜିଲ୍ଲା କୁଟେନପାଲି ର ବିଭୁ ଭୂଷଣ ବାଗ ଓ କ୍ଷମା ସାଗର ଛତ୍ରିଆ ବୋଲି ଜଣାପଡ଼ିଛି। ସେମାନଙ୍କ ଠାରୁ ୧୧.୩୯୦ କେଜି ଗଞ୍ଜେଇ ସହ ଗୋଟିଏ ମୋବାଇଲ ଫୋନ, ନଗଦ ୧୨୦ ଟଙ୍କା ଓ ଗୋଟିଏ ବ୍ୟାଗ୍ ଜବତ କରାଯିବା ସହ ପାଇକମାଲ ଥାନା କେଶ୍ ନଂ୬୧/୨୦୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.