ଡାବୁଗାଁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ସ୍ଥଗିତ ନିମନ୍ତେ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁନିଫାଏଡ ଉପସ୍ଥାନ ପଦ୍ଧତି (ୟୁଏଏସ) ସ୍ଥଗିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଡାବୁଗାଁ ବିଇଓ ଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଡାବୁଗାଁ ସଦର ଡଙ୍ଗରିଗୁଡ଼ା ସ୍ଥିତ ଶିବ ମନ୍ଦିର ପରିସରରୁ ଅପରାହ୍ନ ସାଢେ଼ ୪ ଘଣ୍ଟ ସମୟ ରେ ଏକ ବିରାଟ ରାଲି କରି ବିଇଓ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ଆସିଥିଲେ।ସେଠାରେ ବିଇଓ ରଶ୍ମିତା ନେତମ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ୟୁନିଫାଏଡ ଉପସ୍ଥାନ ପଦ୍ଧତି ସ୍ଥଗିତ କରିବା,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ଠିକା ନିଯୁକ୍ତି ପ୍ରଦାନ ବନ୍ଦ କରିବା, ଏଚଆରଏମଏସ ରେ ଛୁଟି ନେବା ସହିତ ଲିଖିତ ଆକାରରେ ମଧ୍ୟ ଛୁଟି ନେବାକୁ ଅନୁମତି ପ୍ରଦାନ,ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବା ପ୍ରମୁଖ ଦାବୀ ରହିଛି। ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ବହୁ ଉପାନ୍ତ ଅଞ୍ଚଳ ରହିଥିବା ବେଳେ ନେଟ ର ସୁବିଧା ନ ଥିବାରୁ ୟୁଏଏସ ଦ୍ଵାରା ଉପସ୍ଥାନ ସମ୍ଭବ ନ ଥିବାରୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ସରକାର ଏହାକୁ ପୁନର୍ବିଚାର କରିବାକୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବୀ କରାଯାଇଛି। ଏହି ଦାବିପତ୍ର ଦେବା ସମୟରେ ପ୍ରାଥମିକ ଶିକ୍ଷକ ସଂଘର କୃଷ୍ଣ ଚନ୍ଦ୍ର ପଣ୍ଡା,ଦିବାକର ବାରିକ, ଧନ ସିଂ ତନ୍ତୀ,ଦୟାନିଧି ବଞ୍ଜାରା,ମହନ ସିଂ ଗଣ୍ଡ,ସୁରେଶ ଚନ୍ଦ୍ର ବେହେରା,ବଲ୍ଲଭ ନାରାୟଣ ପଣ୍ଡା,ଜିତେନ୍ଦ୍ର ମାଝୀ, ବିଶ୍ୱେସ ତ୍ରିପାଠୀ,ପ୍ରଦୀପ ପାଢ଼ୀ,ଉମେଶ ପାତ୍ର, ଦୂର୍ଗା ରଥ,ଏମ ମୁନା,ଶ୍ରୀନିବାସ ରାଓ,ମଙ୍ଗରାଜ ମାଝୀ,ଅଭିରାମ ପାଢ଼ୀ , ନିଲମ ମାଝୀ ସହ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୧୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.