ଜୟପୁର ଠାରେ ନୂତନ ଜିଲ୍ଲାପାଳଙ୍କ ୩୬ ଗୋଟି ମିଳିତ ଅଭିଯୋଗ ଶୁଣାଣି

3

ଜୟପୁର:୨୮.୦୭.୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ନୂତନ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ପୁଳିସ୍ ଅଧ୍ୟକ୍ଷ ଶ୍ରୀ ରହିତ ବର୍ମା, କୋରାପୁଟ ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ବେଣୁଧର ସବର, ଜୟପୁର ଉପଖଣ୍ଡ ଅ।ରକ୍ଷୀ ଅଧିକାରୀ ଶ୍ରୀ ପାର୍ଥ ଜଗଦୀଶ କଶ୍ୟପ, ଉପଜିଲ୍ଲାପାଳ ଜୟପୁର କୁମାରି ଅକାବରମ ସସ୍ୟ। ରେଡ୍ଡୀ, ରବି ନାରାୟଣ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟପୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ୮ ଗୋଟି ଗୋଷ୍ଟିଗତ ସମସ୍ୟା ଓ ୨୮ ଗୋଟି ବ୍ୟକ୍ତିଗତ ସମସ୍ୟା ସମୁଦାୟ ୩୬ ଗୋଟି ବିଭିନ୍ନ ସମସ୍ୟାର ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଆର୍ଥିକ ସମସ୍ୟା , ଘର ପଟ୍ଟା, ଜମିବାଡି ବିବାଦ, ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା,ରାସ୍ତା ଘାଟ ସମସ୍ୟା ଇତ୍ୟାଦି ବିଷୟରେ ଆଜି ଅଭିଯୋଗ ହୋଇଥିଲା। ସେହି ପରି Odisha rising foundation NGO ତରଫରୁ ମାନସିକ ବିକଳାଙ୍ଗ ପିଲା ମାନଙ୍କ ଶିକ୍ଷା ପାଇଁ ଗୁହାରି କରି ଥିଲେ ।ସହରରେ ଗୁଟଖାକୁ ପାଇଁ ରକିବା ପାଇଁ ମଧ୍ୟ ଗୁହାରି କରି ଥିଲେ । ଏହି ପରି ବିଭିନ୍ନ ସମସ୍ୟା ଉପରେ ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା, ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ତୃପ୍ତି ବୋରେଇ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ପ୍ରସାଦ ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତି, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଜିଲ୍ଲା ମଣ୍ଡଳ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଅତିରିକ୍ତ ଖାଉଟି ଓ‌ ଯୋଗାଣ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଜୟପୂର, ଟିପିଏସଓଡିଏଲ୍ ଓ ବିଦ୍ୟୁତ ବିଭାଗର କର୍ମକର୍ତ୍ତାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.