ବାସୁଦେବପୁର – ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବାସୁଦେବପୁର ର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ସ୍ମୃତି ଉଦ୍ଦେଶ୍ୟ ର ବିଜୟ ଶ୍ରୀ ରାଉତ ରାୟ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ମେଧାବୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ମେଧାବୀ ସମ୍ମାନ ଉତ୍ସବ କାର୍ଯ୍ୟ କ୍ରମ ରେ ସମାଜସେବୀ ଦେବ ଦର୍ଶନ ଦାସ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ପରିଚାଳନା ହୋଇ ଥିବା ବେଳେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ବିଧାୟକ ମାଧବ ଧଡା, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ପୂର୍ବତନ ବିଧାୟକ ଇଁ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତି ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ, ନାରୀ ନେତ୍ରୀ ବିଦ୍ୟୁତ୍ ଲତା ନାୟକ, ସମାଜସେବୀ ପୀତାମ୍ବର ମିଶ୍ର , ଶିକ୍ଷାବିତ୍ ଦୁଃଶାସନ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ସ୍ମୃତି ଚାରଣ କରିଥିଲେ।
ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ପୁତ୍ର ତଥା ବାସୁଦେବପୁର ର ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ସମସ୍ତ ଅତିଥି ଓ ବିଜୟ ଶ୍ରୀ ରାଉତ ରାୟ ସ୍ମୃତି ପରିଷଦ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସର ରେ ବାସୁଦେବପୁର ବ୍ଲକ୍ ଓ ତିହିଡି ବ୍ଲକ ର କୋଡ଼ିଏ ଜଣ ଏ ୱାନ ପାଇଥିବା ଗତ ଦଶମ ଶ୍ରେଣୀ ପରୀକ୍ଷା ରେ ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର, ଉତ୍ତରୀୟ, ଚାରା ଓ ଆର୍ଥିକ ରାଶି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ଏଥି ସହ ଶିକ୍ଷା କ୍ଷେତ୍ର ରେ ଭାସ୍କର ମଲିକ୍, ଅକ୍ଷୟ ମହାନ୍ତି ଓ ସମାଜ ସେବୀ ତଥା ରମାକାନ୍ତ ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ରତିକାନ୍ତ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଜୟ ଶ୍ରୀ ସ୍ମୃତି ପରିଷଦ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରାଇ ଛନ୍ତି।
Sign in
Sign in
Recover your password.
A password will be e-mailed to you.