ତ୍ରି-ଦିବସୀୟ ଓଡ଼ିଶୀ ନୃତ୍ୟର କର୍ମଶାଳା ଉଦଯାପିତ

3

 https://youtu.be/h1nPGfKncCk

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଳା ଓ ସଂସ୍କୃତିର ନଗରୀ ପାରଳାଖେମୁଣ୍ଡି ସ୍ଥିତ ନୃତ୍ୟାନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରରେ ତ୍ରି-ଦିବସୀୟ ଓଡ଼ିଶୀ ନୃତ୍ୟର କର୍ମଶାଳା ଉଦଯାପିତ ହୋଇଯାଇଛି।
ଉକ୍ତ ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଗୁରୁ ଡକ୍ଟର ଗଜେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ନୃତ୍ୟାନୁଷ୍ଠାନର ୨୫ ଜଣ ଛାତ୍ରୀ ଭାଗ ନେଇ ନୃତ୍ୟ ନାଟିକା ଶିକ୍ଷା ଲାଭ କରିଛନ୍ତି।
କର୍ମଶାଳାର ତ୍ରି-ଦିବସରେ ପରମ୍ପରାନୁଯାୟୀ ଗୁରୁ ପୂଜନରୁ ଆରମ୍ଭ କରାଯାଇ ଓଡ଼ିଶୀ ନୃତ୍ୟର ତଥ୍ୟାତ୍ମକ ଜ୍ଞାନ ସହ ନୃତ୍ୟର ବିଭିନ୍ନ ଭଙ୍ଗୀ , ତାଳ ଏବଂ ନୃତ୍ୟନାଟିକା ଶିକ୍ଷା ଦେଇଥିଲେ , ଯାହାକୁ ନୃତ୍ୟଶିଳ୍ପୀ ମାନେ ଅତି ଶ୍ରଦ୍ଧା ଓ ସମ୍ମାନର ସହ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ।

Leave A Reply

Your email address will not be published.