ବ୍ରହ୍ମପୁର( କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ ବାଇପାସ୍ ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ବେଳେ କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଇତ୍ୟବସରରେ ସହରବାସୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକ ବହୁବାର ଦାବି ଉପସ୍ଥାପନା କରିଥିଲେ ଓ ସମୟ ଧାର୍ଯ୍ୟ କରି ଧାରଣାର ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଓକିଲ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯଥା ଆଇନଜୀବୀ ପ୍ରଣବ କୁମାର ପଣ୍ଡା, ସମାଜସେବୀ ଅବନୀ ଗୟା ଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ଓ କର୍ତୃପକ୍ଷ ଯଦି ଆଗାମୀ ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ନେଉନାହାନ୍ତି ତେବେ ଆମରଣ ଅନଶନରେ ବସିବା ପାଇଁ ମହଲତ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post