(ଶାସକ ପ୍ରଶାସକ/ଖଲ୍ଲିକୋଟରୁ ଶିବରାମ ଜେନା):ପରିବେଶ ସୁରକ୍ଷା ଜୀବନ ରକ୍ଷା । ଗଛ ଵଞ୍ଚାଓ , ଜଙ୍ଗଲ ସୁରକ୍ଷା କର ,ମାଆ ପାଇଁ ଗଛଟିଏ,ପ୍ରକୃତି ମିତ୍ର ଇତ୍ୟାଦି ସରକାର ଙ୍କ ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ, ଆଜି ସ୍ଥାନୀୟ ଖଲ୍ଲିକୋଟ ସନ୍ନିକଟସ୍ଥ କାଜୁ ଫେକ୍ଟ୍ରି ର ଦକ୍ଷିଣ ପାଶ୍ୱର୍ରେ ଥିବା କୋ ଅନାମଧେୟ କାଳର ବାଘୁଆପର୍ବତ ର ଦେହ କ୍ଷତଵିକ୍ଷତ କରିଛନ୍ତି ଚୋରା ଚାଲାଣ କାରୀ ମାନେ ବୋଲି ସେ ଆଜି ଗୁମୁରି ଗୁମୁରି କାନ୍ଦୁଛି । ଖବର ନେବାରୁ ଜଣାପଡିଛି ଯେ,ଉକ୍ତ ପାହାଡ଼ର ପାଦଦେଶରୁ ଆରମ୍ଭ କରି ପାହାଡ଼ର ଶୀର୍ଷ ଦେଶକୁ ଛୁଇଁ ଲା ଭଳି ଜେସିଵି ଲଗାଇ ମରମ ଖୋଳା ଯାଇ ମଧ୍ୟରାତ୍ରରେ ଚାଲାଣ କାରୀ ମାନେ ମରମ ଚାଲାଣ କରୁଥିଲେ। ଯେତେ ବେଳେ କଥା ଧିରେ ଧିରେ ଲୋକଲୋଚନକୁ ଆସିଲା, ତାହା ଏବେ ବନ୍ଦ ଅଛି ବୋଲି ଜଣାପଡିଛି। କିନ୍ତୁ ଦୁଃଖ ର ବିଷୟ ଜଙ୍ଗଲ ସୃଷ୍ଟି କରିବା ବଦଳରେ ଜଙ୍ଗଲକୁ ନଷ୍ଟ କରା ଯାଉଛି। ଏକ୍ଷେତ୍ରରେ ନୀରବତା ଅବଲମ୍ବନ କରୁଛନ୍ତି ଉଚ୍ଚ କତ୍ତୃପକ୍ଷ, ଜାଣି ଶୁଣି ଚୁପ୍ ରହୁଛନ୍ତି ଶାସକ ପ୍ରଶାସକ ବୋଲି ଜନଶ୍ରୁତି ଜଣାଯାଏ। ଯିଏ ଚୋରାଚାଲାଣ ଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବ, ତାଙ୍କ ବିପକ୍ଷରେ ଛିଡ଼ା ହେବେ ଏ ଦଲାଲ ମାନେ ଏପରି କି ରାସ୍ତା ରୁ ମଧ୍ୟ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରି ଦେବେ । ତେବେ ବେଆଇନ୍ ଚୋରା ଚାଲାଣ ମରମ ନେଉଥିଲେ କେଉଁଠି କୁ ?
ଭିଜୁଆଲ ମାଧ୍ୟମରେ ପରିଲକ୍ଷିତ ହେଉଛି ମରମ ବୋଝେଇ ଟ୍ରକ ଯାଉଥିଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପଛ ଫାଟକ ଦେଇ ଭିତରକୁ ବୋଲି ଜଣାପଡିଛି। ପ୍ରକୃତି କୁ ବଞ୍ଚାଇବାକୁ ହେଲେ ସରକାର ଙ୍କ ତରଫରୁ ବ୍ୟାପକ ଅନିୟମିତତା କୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣ ଙ୍କ ଦାବିହେଉଛି।
Sign in
Sign in
Recover your password.
A password will be e-mailed to you.