ଭଞ୍ଜନଗର: ଜୁଲାଇ ମାସ ୨୦୨୫ ରବିବାର ୨୭ ତାରିଖ ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ୧୦ ମ ଶ୍ରାଦ୍ଧବାର୍ଷିକୀ ଦିବସ। କାହିଁକି ନାଁ ଏହି ଦିନରେ ଅର୍ଥାତ୍ ୨୭ ଜୁଲାଇ ୨୦୧୫ ମସିହାରେ ଶିଲଙ୍ଗ୍ ର ଏକ ସଭା ରେ ଉଦବୋଧନ ଦେଉଥିବା ସମୟରେ ଏହି ମହାମାନବ,ମିସାଇଲ ମ୍ୟାନ୍ ଙ୍କ ହଠାତ୍ ହୃଦଘାତରେ ଇହଲିଳା ସମ୍ବରଣ କରିଥିଲେ। ସେଥିନିମିତ୍ତ ଏହି ମହାମାନବ ଙ୍କ ପୂର୍ଣ୍ୟ ତିଥିକୁ ଅବିସ୍ମରଣୀୟ ରଖିବା ଉଦେଶ୍ୟ ରେ ଭଞ୍ଜନଗର ଲଣ୍ଡେଇସାହି ସ୍ଥିତ ପ୍ରଜ୍ଞା ସଙ୍ଗୀତ ଓ ନୃତ୍ୟ କେନ୍ଦ୍ର ର ସମସ୍ତ କଳା ନୃତ୍ୟ ର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠାନ ପରିସରରେ ସଂଧ୍ୟା ୭ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ପରିଚାଳନା ପ୍ରଭାତ କୁମାର ମହାରଣାଙ୍କ ସହିତ ମହାନ୍ ସଂସ୍କୃତ ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା, ଜଗନ୍ନାଥ ବେହେରା, ରବିନ୍ଦ୍ର ବାଡତ୍ୟା, ବିକ୍ରମ ବିଶ୍ଵାଳ ଓ କିଛି ସାମ୍ବାଦିକ ଉପସ୍ଥିତ ଥିଲେ।
ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍ କଲାମ୍ ଏକ କୁଶଳ ବୈଜ୍ଞାନିକ ଓ ବିଶିଷ୍ଟ ଯନ୍ତ୍ରୀ ଭାବରେ ଡି.ଆର୍.ଡି.ଓ ଏବଂ.ଆଇଏସ୍.ଆର୍.ଓ ରେ ଅନେକ ଗୁରୁତ୍ତ୍ୱପୂର୍ଣ ଯୋଜନାରେ କାର୍ଯ୍ୟ କରିଥିଲେ । ଏହି ମହାନ ଜନନାୟକ, ମିସାଇଲ ମାନବ ତଥା ପୂର୍ବତନ ରାଷ୍ଟ୍ରପତି କାଲାମ୍ ସାହେବ୍ ଶିଲଂ ର ଏକ ସଭା ରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ହୃଦଘାତରେ ଜିବନ ଦୀପ ଲିଭି ଯାଇଥିଲା। ଏଇ କୁଶଳ ବୈଜ୍ଞାନିକ ଓ ଶ୍ରେଷ୍ଠ ରାଷ୍ଟ୍ରପତି ଭାବରେ ତାଙ୍କର ଅଦ୍ଭୁତ ପୂର୍ଣ୍ଣ ଯୋଗଦାନ କୁ ଦେଶ ଆଜି ମଧ୍ୟ ମନେ ରଖିଛି, ଭବିଷ୍ୟତ ରେ ମଧ୍ୟ ଅଭୁଲା ଅବିସ୍ମରଣୀୟ ହୋଇ ରହିବ। ସେଥିନିମିତ୍ତ ଆଜି ମଧ୍ୟ ଦେଶର କୋଟି କୋଟି ଯୁବକ ତାଙ୍କୁ ନିଜର ମାର୍ଗଦର୍ଶକ ଭାବରେ ମାନିଛନ୍ତି। କାଲାମ୍ ସାହେବ୍ ଙ୍କ ପ୍ରେରଣା ଦାୟୀ ବିଚାର ଧାରା ଆଜି ବି ଜିବନ୍ତ ଅଛି। ଯାହାକୁ ନିଜ ଜୀବନରେ ପ୍ରୟୋଗ କରି ଆଜିର ଯୁବପିଢୀ ଅନେକ ଓ ଅଦ୍ଭୁତ ସଫଳତା ହାସଲ କରିପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଉକ୍ତ ଅନୁଷ୍ଠାନ ଦ୍ଵାରା ଆୟୋଜିତ ସ୍ମୃତି ଚାରଣ ତଥା ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ରେ ସମ୍ମାନନୀୟ ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଓ ଜଗନ୍ନାଥ ବେହେରା ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କୁ ପୂର୍ବତନ ରାଷ୍ଟ୍ରପତି ଙ୍କ ମହାନ୍ କୃତିତ୍ୱ ବିଷୟରେ ଅଭିଭାଷଣ ମାଧ୍ୟମରେ ଅବଗତ କରାଇଥିଲେ। ଅଜିର ଏହି କାର୍ଯ୍ୟକ୍ରମ ଉଦେଶ୍ୟରେ ଅନୁଷ୍ଠାନ ର ପରିଚାଳକ ପ୍ରଭାତ ମହାରଣା ଭବିଷ୍ୟତ ପିଢିର ଛାତ୍ରଛାତ୍ରୀ କିଭଳି ଏହି ମହାନ୍ ବ୍ୟକ୍ତି ଙ୍କୁ ମନେ ପକାଇ ତାଙ୍କ ବାର୍ତ୍ତା ରେ ଅନୁପ୍ରାଣିତ ହେବେ ସେ ବିଷୟରେ ସେ ଉଦବୋଧନ ପ୍ରଦାନ କରିଥିଲେ। ଏଥିସହିତ ଏହି ପୂର୍ଣ୍ୟ ତିଥି , ସ୍ମୃତି ଚାରଣ ସଭାରେ ବିକ୍ରମ ବିଶ୍ଵାଳ,ବର୍ଷାରାଣୀ ସତପଥି,ପଦ୍ମଜା ପ୍ରଧାନ,ସିପ୍ରା ସୁହାନୀ ନାୟକ, ଆକାଂକ୍ଷା ମିଶ୍ର,ସିମରନ୍ ସାହୁ, ପ୍ରିୟାଂଶୀ, ମୋନିକା,ଙ୍କ ସହିତ ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.