ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ଭାରତ ସରକାରଙ୍କର କ୍ରୀଡ଼ା ମନ୍ତ୍ରାଳୟ ତରଫରୁ ମେରା ୟୁବା ଭାରତ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମ ପଂଚାୟତର ଅଭିମନ୍ୟୁ ନଗରରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘର ସଦସ୍ୟ ସଦସ୍ୟା ମାନେ ପୃଥିବୀର ଦିର୍ଘ ଜୀବନ ପାଇଁ ଏହାକୁ ସବୁଜ ସୁନ୍ଦର କରିବାର ଆବଶ୍ୟକତା ରହିଛି ବୋଲି ସଚେତନତା ବାର୍ତ୍ତା ପ୍ରଦାନ କରିବା ସାହା ଅଭିମନ୍ୟୁ ନଗର ରାସ୍ତାର ଉଭୟ ପାର୍ଶ୍ଵ ଏବଂ ଖାଲି ସ୍ଥାନରେ କଦମ୍ବ,ଅଶୋକ,ଅଁଳା, ପିଜୁଳି,ଜାମୁ,ନିମ୍ବ ଭଳି ବିଭିନ୍ନ କିସମର ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ଅଭିମନ୍ୟୁ ନଗରର ଯୁବକମାନେ ସହଯୋଗ କରିଥିଲେ I ସ୍ଵେଚ୍ଛାସେବୀ ଦିପ୍ତିମୟୀ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.