ନୟାଗଡ଼(ବିଶ୍ୱଜିତନାୟକ):- ଆଜି ଦିନ 10 ଘଟିକା ସମୟରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାମନ୍ତରାୟ ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ସମ୍ପାଦକ ଶ୍ରୀଯୂକ୍ତ ମାନସ କୁମାର ସାହୁ ବୈଠକର ଆଭିମୁଖ୍ୟ ଜଣାଇବା ପରେ ଶିକ୍ଷକ କର୍ମଚାରୀମାନେ ନିଜ ନିଜର ମତବ୍ୟକ୍ତ କରି ସରକାରଙ୍କ କାଳକ୍ଷେପଣ ନୀତିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସଂଗଠନର ବିଚାରଧାରା ଏବଂ ଆଦର୍ଶ ନେତୃତ୍ୱକୁ ପୁଞ୍ଜିକରି ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ପର୍ବ ଉପରେ ଆଲୋଚନା କରିଥିଲେ । ରାଜ୍ୟ ନେତୃତ୍ୱ ବିନାୟକ ପରିଡ଼ା,ଅଲୋଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ କବିରାଜବିଶ୍ଵାଳ, ସଂଗଠନର ଏକତା ଆନ୍ଦୋଳନର ପନ୍ଥା ଉପରେ ଆଲୋଚନା କରିଥିଲେ । ଓଷ୍ଟା ର ସଭାପତି ଅଯୋଧ୍ଯା ନାଥ ନାୟକ,ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳେଇ, ବ୍ଲକ ସମ୍ପାଦକ ପ୍ରଭାକର ମିଶ୍ର, ଅଭିମନ୍ୟୁ ମହାନ୍ତି, ଭଗବାନ ସାହୁ ମିଳିତ ମଞ୍ଚର ଦାବୀ ଗୁଡିକ ଆଲୋଚନା କରି ଆସନ୍ତା 2.8.25 ରିଖ ଦିନ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ 8.8.25 ରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରତିବାଦ ସଭା ଏବଂ ମାନ୍ୟବର ଶିକ୍ଷ୍ୟା ମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା I ଅଗଷ୍ଟ 16 ଦାବି ଦିବସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଏକ ବିଶାଳ ରାଲି ଓ ସମାବେଶରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଗଲା I ପରିଶେଷରେ ନୟାଗଡ଼ ଜିଲ୍ଲା ଓଷ୍ଟାର ଉପ ସଭାପତି ନିରାକାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post