ସୁନ୍ଦରଗଡ଼, (ବସନ୍ତ କୁମାର ଜେନା/ହୋରଚାନ୍ଦ ଦେଉରିଆ): ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ଡ଼ା ଶୁଭଙ୍କର ମହାପାତ୍ର ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡ଼ା ମହାପାତ୍ର ହେଉଛନ୍ତି ୨୦୧୮ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ। ଏହା ପୂର୍ବରୁ ଡ଼ା ମହାପାତ୍ର ନବରଙ୍ଗପୁର ଏବଂ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିଲେ। ତାହା ପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଭାବେ ମଧ୍ୟ ଅବସ୍ଥାପିତ ରହିଥିଲେ।
ଆଜି ଜିଲ୍ଲାପାଳଙ୍କ ଯୋଗଦାନ ପରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଆଇ ଏ ଏସ ଶିକ୍ଷାନବିଷ ଫାଵୀ ରସିଦ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଡ଼ା ମହାପାତ୍ର ସମସ୍ତ ଅଧିକାରୀ ମାନଂକ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲା କାର୍ଯ୍ୟାଳୟ ବୁଲି ଦେଖିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post