ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାର ଠାରେ ଉତ୍କଳ ସମ୍ମିଳନୀ ର ଏକ ପ୍ରସ୍ତୁତି ବୈଠକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ନବ ନିର୍ବାଚିତ ଏହି କମିଟିରେ ଉପଦେଷ୍ଟା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଅନାଦି ପାଣିଗ୍ରାହୀ ଏବଂ ରାଜେଶ ପାତ୍ର , ସଭପତି ଭାରତ ଭୂଷଣ ମହାନ୍ତି , ଉପ ସଭାପତି ଆଶାଲତା ପାଣିଗ୍ରାହୀ ଏବଂ ଗୌରହରି କରସୁଧା ପଟ୍ଟନାୟକ , ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଯୁଗ୍ମ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା , ସଂଗଠନ ସମ୍ପାଦକ ଶ୍ୟାମସୁନ୍ଦର ଗନ୍ତାୟତ , କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢୀ ଙ୍କ ସହ ୧୫ ଜଣ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଏବଂ ୧୦ ଜଣ ରାଜ୍ୟ ସ୍ତରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।
ଆଜିର ଏହି ବୈଠକରେ ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳ ରାୟଗଡ଼ ବ୍ଲକ୍ ଅଧିନସ୍ଥ ଗଙ୍ଗାବାଡ ପଞ୍ଚାୟତ ମାଣିକ ପାଟଣା , ଗୁଡୁଖୁଡ଼ି ଅଞ୍ଚଳର ଲୋକଙ୍କ ଦୈନଦିନ ଜୀବନର ଆନ୍ଧ୍ର ପ୍ରଦେଶ ସରକାରଙ୍କ ପ୍ରଭାବ ଯେପରି ନପଡ଼େ ସେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.