ସୁନ୍ଦରଗଡ଼ /ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ରାଜପୁତ କ୍ଷତ୍ରିୟ ସମାଜ ପକ୍ଷରୁ ରାଣୀ ବଗିଚା ବାଇପାସ ସ୍ଥିତ ସମାଜ ଗୃହ ପରିସରରେ ସଭାପତି ରାଜୁ ଠାକୁରଙ୍କ ତତ୍ତ୍ଵାବଧାନରେ ବୃକ୍ଷରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅନିଲ ସିଂ,ପ୍ରଣବ ସିଂ,ସ୍ଵାଧୀନ ରାୟ,ଦେବେନ୍ଦ୍ର ଭିତ୍ରିଆ ,ଦୀପକ ସିଂ, ସମରେନ୍ଦ୍ର ଠାକୁର,ଆନନ୍ଦ ଠାକୁର,ବିକ୍ରମ ସିଂ ,ମନୋଜ ଠାକୁର,ଦୁଷ୍ମନ୍ତ ଶେଖର ଦେଓ,ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ଏହି ବୃକ୍ଷରୋପଣ କରାଯାଇଛି।ଏହାସହ ଅଞ୍ଚଳବାସୀ ତଥା ପ୍ରକୃତିପ୍ରେମି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ସମାଜ ଲକ୍ଷ୍ୟ ରଖିଛି।ଚଳିତ ବର୍ଷ ସମାଜ ଗୃହ ତଥା ତାର ଆଖପାଖ ଅଞ୍ଚଳରେ ଶତାଧିକ ବୃକ୍ଷ ରୋପଣ କରିବା ସହିତ ତାର ରକ୍ଷଣାବେକ୍ଷଣ ମଧ୍ୟ ସମାଜ କରିବ।ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଆଗାମୀ ଦିନରେ ସମାଜ ପକ୍ଷରୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ହଜାରେ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Sign in
Sign in
Recover your password.
A password will be e-mailed to you.