ତାଳପଦର ରାଜସ୍ବନିରୀକ୍ଷକ ଙ୍କ ବଦଳି ପାଇଁ ଦାବିପତ୍ର

2

ବିଜେପୁର ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ରାଜସ୍ଵ କାର୍ଯ୍ୟାଳୟରେ ଅବସ୍ଥାପିତ ଆର୍‌ଆଇଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ରାଜସ୍ବ ନିରୀକ୍ଷକ ପ୍ରିୟଙ୍କା ଯଶ୍ୱାଳ ଲୋକଙ୍କୁ ଠିକ୍ ଭାବେ ସେବା ଯୋଗାଉନାହାନ୍ତି। ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ କୌଣସି ପ୍ରମାଣପତ୍ର ପାଇଁ ଅସହ ଯୋଗ କରୁଥିବାରୁ ସେମାନେ ହଇରାଣ ହରକତ କରୁଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ସଂପୃକ୍ତ ଆର୍‌ଆଇଙ୍କୁ ଅନ୍ୟତ୍ର ବଦଳି ପାଇଁ ତାଳପଦର, ସାନବାଉଁଶେନ ଏମ.ଶ୍ରୀଗିଡ଼ା ଗ୍ରାମପଂଚାୟତ ର ଲୋକେ ବିଜେପୁର ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଦାବିପତ୍ର ଏକକିତା ନକଲ ସେମାନେ ପଦ୍ମପୁର ଉପଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.