ଓଡ଼ଗାଁ,୨୬।୭(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁସୁରକ୍ଷା ଅଧକାରୀ ସିବିୟନ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁସୁରକ୍ଷା ଅଧକାରୀ ୧୦୯୮ ଟୋଲ ଫ୍ରି ନମ୍ବର ବିଷୟରେ ସଚେତନ କରିଥିବା ବେଳେ ଚାଇଲ୍ଡ ହେଲ୍ପ ଲାଇନର କାଉନସିଲର୍ ଚନ୍ଦ୍ରଶେଖର ବେହେରା, କେଶ ୱାର୍କର ଗୌରବ ରାଉତ ୧୦୯୮ ଟୋଲ ଫ୍ରି ନମ୍ବରର କାର୍ଯ୍ୟକାରିତା, ଶିଶୁ ମାନଙ୍କ ପୃଷ୍ଠପୋଷକତା ଓ ଆଇନର କାର୍ଯ୍ୟକାରିତା ବାଲ୍ୟ ବିବାହ, ଶିଶୁଚାଳନ, ଶିଶୁ ଶ୍ରମିକ, ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁମାନଙ୍କର ବିଷୟରେ ଆଲୋକପାତ କରିଥିଲେ। ସୋଲପଟା ସ୍କୁଲର ଶହେରୁ ଅଧିକ ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଭିଡ଼ିଓ ପରିବେଷଣ କରାଯାଇଥିଲା । ପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାଲ୍ୟ ବିବାହ ନକରିବା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା । ସୋଲ ପଟା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା କୁମାରୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ନନ୍ଦ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.