ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୨୬/୦୭/୨୦୨୫ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି | ୧୯୯୯ ମସିହା ଜୁଲାଇ ୨୬ ଆଜିର ଦିନ ରେ ବଳିଦାନ ଦେଇଥିବା ଭାରତ ମାତାଙ୍କ ବୀର ଯବାନ ଙ୍କୁ ସ୍ମୃତି ତଥା ସମ୍ନାନ ଦେବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ସହ ମା ମାଟି ମାତୃଭାଷା ସ୍ୱର୍ଗ ଠାରୁ ବଡ ଓ ପ୍ରତେକ ଛାତ୍ରଛାତ୍ରୀ ଦେଶଭକ୍ତି ଓ ରାଷ୍ଟ୍ର ଗଠନ ରେ ଯୋଗଦାନ ନିତାନ୍ତ ଜରୁରୀ ବୋଲି ଡ଼ ନାୟକ ବକ୍ତବ୍ୟ ରଖିଥିଲେ | ଦେଶ ପାଇଁ ଅଦମ୍ୟ ସାହସ ଓ ଦୃଢ଼ ସଂକଳ୍ପ ସହିତ କାରଗିଲ ଯୁଦ୍ଧରେ ଲଢ଼ି ଶହୀଦ ହୋଇଥିବା ଭାରତ ମାତା ର ବୀର ସେନାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସଭା ଆରମ୍ଭ ହୋଇଥିଲା | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ମନ୍ତବ୍ୟ ରଖିଥିଲେ |
ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ସରିତା ବାଗେଲ, ପ୍ରିୟଙ୍କା ମହାରଣା, ଧନମନ୍ତ ବେମାଲ, ଦୁଲେଶ୍ୱର ଶବର, ଓ ବୃଷଭ ଦାଶ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶିକ୍ଷକ ପବିତ୍ର ମହାନନ୍ଦ ଧନ୍ୟବାଦ ଦେଇଥିଲେ| ରାଷ୍ଟ୍ରୀୟ ଗାନ ସହ ସଭା ସାଙ୍ଗ ହୋଇଥିଲା |
Sign in
Sign in
Recover your password.
A password will be e-mailed to you.
Next Post