ଗୁରୁତର ଆହତ ଯୁବକ କୁ ଉଦ୍ଧାର କରିଲେ ହିଞ୍ଜିଳି ପୋଲିସ।

2

ହିଞ୍ଜିଳି: ହିଞ୍ଜିଳି ବସଷ୍ଟାଣ୍ଡ ପରିସରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକ କୁ ହିଞ୍ଜିଳି ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ଯୁବକ ଜଣକ କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ପାଇକଯମୁନା ଗ୍ରାମର ହୀନ ବିଷୋୟୀ ବୋଲି ଜଣାପଡିଛି। କେଉଁ ଭଳି ପରିସ୍ଥିତିରେ ଉକ୍ତ ଯୁବକ ଗୁରୁତର ଆହତ ହୋଇ ଏଠାରେ ପଡ଼ି ରହିଥିଲା,କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଆହତ ଯୁବକ ର ପରିବାର ଲୋକଙ୍କୁ ଜଣାଇବା ସହ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି ।

Leave A Reply

Your email address will not be published.