ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗ୍ରାମର ସରପଞ୍ଚ ଙ୍କ ପିତା ତଥା ପଥର ବ୍ୟବସାୟୀ ନିରଞ୍ଜନ ଯେନା ଘର ନିକଟସ୍ଥ ପୋଖରୀ ହୁଡ଼ାରେ ବସି ଅନ୍ୟ ମାନଙ୍କ ସହ କଥା ହେଉଥିଲା ବେଳେ ହଠାତ୍ ୩ ଟି ମୋଟରସାଇକେଲ ରେ ୬ ଜଣ ଯୁବକ ମୁହଁରେ କନା ବାନ୍ଧି ଆସି ଅତର୍କିତ ଭାବେ ନିରଞ୍ଜନ ଙ୍କ ଉପରେ ବୋମାମାଡ କରିଥିଲେ। ବୋମାମାଡ ପରେ ନିରଞ୍ଜନ ଘରକୁ ପଳେଇ ଯିବା ବେଳେ ଆକ୍ରମଣକାରୀ ଯୁବକ ମାନେ ତାଙ୍କୁ ଗୁଳି ମାଡ଼ କରିଥିଲେ।ତାର ପିଠି ଓ ଛାତିରେ ଗୁଳି ବାଜିଥିବା ଦେଖି ପୁତୁରା ମାନୁ ଯେନା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାକୁ ମଧ୍ୟ ଆକ୍ରମଣ କରି ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ନିରଞ୍ଜନ କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗଞ୍ଜାମ ଏସ୍ ପି, ଆସ୍କା ଏସ୍ ଡି ପି ଓ, ହିଞ୍ଜିଳି ଥାନା ଅଧିକାରୀ ଓ ଶେରଗଡ଼ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଛନ୍ତି। ପୁର୍ବ ଶତୃତା କୁ ନେଇ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post