ଦୁଇ ଶହ ବର୍ଷ ଭିତରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହକୁ ହିସାବକୁ ନିଆଗଲା ନାହିଁ କାହିଁକି ? ପୁଣି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାନଯାଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଚିତ୍ରଣ କରାଗଲା । ଏ ବାବଦରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ମାନ୍ୟବର ଗଜପତି ମହୋଦୟ ନିରବ ରହିଥିଲେ କାହିଁକି ?ତେବେ ୨୦୦ ବର୍ଷ ପରେ ଏ ବିଷୟରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ଥିଲେ କେଉଁଠି ? ଇତିହାସକୁ ଭ୍ରମାତ୍ମକ ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରି ସ୍ୱାର୍ଥ ହାସଲ କରିବା ପାଈଁ ଉଦ୍ୟମ କରୁଛି କିଏ ???