ବିଜେପିର ପିତାମ୍ବରଙ୍କ ପାଇଁ ବିଜେଡିର  ଅସୀମ ବାଣ

0

 

ଆଗରୁ ବିଜେପିରେ ଯେଉଁ ମୁଖପାତ୍ର ଯେତେ ଭାସିଲେ ସେତେଟା ପ୍ରଭାବୀ ହେଉନଥିଲା  । କେବଳ କେନ୍ଦ୍ରରେ ସରକାର, ବିଜ୍ଞାପନ ଲୋଭ ସର୍ବୋପରି  ÷÷ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ବିଜେପିର ମୁଖପାତ୍ରମାନଙ୍କ ବୟାନବାଜୀ, ସାମ୍ବାଦିକ ସମ୍ମିଳନୀ ଓ ବିବୃତିକୁ ଗଣମାଧ୍ୟମ ଶଶୁର ଘରେ ଜ୍ୱାଇଁ କୁଣିଆଙ୍କୁ ଚର୍ଚ୍ଚା କଲାପରି ପ୍ରସାରଣ କରିଆସୁଥିଲେ, ଆଉ ଆସୁଛନ୍ତି ମଧ୍ୟ  । ଆଟାକ୍ରେ ଲାଇନ୍  ଲେଙ୍ଗଥ ରହିଲା ନାହିଁ  । ବିଭିନ୍ନ ବ୍ୟକ୍ତିଙ୍କ ଦାୟିତ୍ୱହୀନ ବୟାନବାଜୀ ପାଇଁ ଗୋଦରା କୋଡେ ଯେତେ ମାଡେ ସେତେ ପରିସ୍ଥିତି ସୃଷ୍ଟି ହେଲା ।   ତେଣୁ ବାବୁ ଧର୍ମେନ୍ଦ୍ର ପ୍ରଧାନ ଭାବିଲେ ଆଉ ଏମାନଙ୍କୁ ପୁରାପୂରି ମିଡିଆ ଡିପାର୍ଟମେଂଟ ଦାୟିତ୍ୱ ଦେଇଦେଲେ ଦଳରର ଆଟାକ ସମ୍ପୂର୍ଣ୍ଣ ଦିଗହରା ହେବ । ତେଣୁ ସେ ସରକାରଙ୍କୁ ଶାଣିତ ଢଙ୍ଗରେ ବୈଧାନିକ ସୂତ୍ରରେ ସର୍ବୋପରି ଆଇନର ଫନ୍ଦିରେ ଆଟାକ କରିବା ପାଇଁ ଦଳକୁ କିଛିଦିନ ତଳେ ‘ଲୁଲୁ ମହାପାତ୍ର ପରିବାର’ ସହ ବୋନସରେ ପାଇଥିବା ଜଣାଶୁଣା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ବାବୁ ଧର୍ମେନ୍ଦ୍ର ମଇଦାନକୁ ଉତାରିବା ପାଇଁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଇଲେ । ଆଉ ଏବେ ସେଇଆ ହିଁ ଚାଲିଲା  । ଆଉ କିଏ ପ୍ରେସ ମିଟ୍ କଲେ ପିତାମ୍ବର ବସିବେ, ନହେଲେ ପିିତାମ୍ବର କହିବେ ମିଡିଆକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ  । ପିତାମ୍ବରଙ୍କ ଉପସ୍ଥିତି ଓ ବିବୃତିବାଜୀ ନିହାତି ରାଜନେତାଙ୍କ ଶସ୍ତା ବିବୃତିବାଜୀଠୁ ମଜଭୁତ ହେଲା  । ଯାହା ହେଲେ ବି ତାଙ୍କର ଗୋଟିଏ ଇମେଜ ଅଛି  । ଆଉ କହିଲା ବେଳେ କଥା ଫାକ୍ଚୁଆଲ ଆଉ ଗ୍ରହଣୀୟ ବି ହେଲା  । ମାନିବାକୁ ପଡିବ ଯେ ମିଡିଆ ଆଗକୁ ଜଣେ ରାଜ୍ୟର ଜଣେ ପରିଚିତ ଚେହେରା ମୁଖପାତ୍ର ଭାବେ ଉତାରିବାର ଉଦେ୍ଧଶ୍ୟ ପ୍ରଭାବଶାଳୀ ହେଲା  । ସେପଟେ ବିଜେଡିର ନେତା ମୁଖପାତ୍ର ଯେତେ କହିଲେ ବି ଲିଗାଲ ପଏଂଟ ଉପରେ କହିବା ବେଳେ ସେତେଟା ପ୍ରଭାବୀ ହୋଇପାରୁନଥିଲା । ବିଜେପି ନେତାଙ୍କୁ ବିଜେଡିି ନେତାମାନେ କାଉଂଟର ବା ଏନକାଡଂଟର କରିବାରେ କିଛି ଅସୁବିଧା ନଥିଲା । ହେଲେ ସେପଟେ ଯେତେବେଳେ ପିତାମ୍ବର ମଇଦାନରେ ତାଙ୍କତ କାଉଂଟର କରିବା ପାଇଁ ସେମିତି ଜଣେ ଟାଣୁଆ ଆଡଭୋକେଟ ଦରକାର ନା । ଆଉ ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁ ମଇଦାନକୁ ଉତାରିଲେ ରାଜ୍ୟର ଜଣେ ଜଣାଶୁଣା ତଥା ଅଭିଜ୍ଞ ଆଭଭୋକେଟ ଅସୀମ ଅମିତାଭ ଦାଶଙ୍କୁ  । ଆଉ ଅସୀମ ଅମିତାଭଙ୍କ ଲିଗାଲ ଟ୍ରାକରେକର୍ଡ ବି କିଛି କମ୍ ନୁହେଁ । ତେଣୁ ଏବେ ଆଗକୁ ବିଭିନ୍ନ ପ୍ରେସମିଟ୍ ଆଉ ଲିଗାଲ ଆସପେକ୍ସରେ କହିବାର ଥିଲେ ବିଜେଡି ପକ୍ଷରୁ ତାଙ୍କୁ କାଉଂଟର କରିବେ ଅସୀମ ବାବୁ  । ଖାସ କରି ପିତାମ୍ବରଙ୍କ ବାକ୍ୟବାଣର ଜବାବ ସର୍ବୋପରି ବିଜେଡି ଅସୀମବାଣରେ !

Leave A Reply

Your email address will not be published.