ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ ହେବା ସହିତ ଉଭୟ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I ଅନୁଷ୍ଠାନ ଅଧ୍ୟକ୍ଷ ତଥା ପଦାର୍ଥ୍ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ. ଗିରିଧର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ.ଇଂ ରବିନାରାୟଣ ପାତ୍ର ଯୋଗ ଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଅଧ୍ୟାପକ ଡଃ ସଂଜୀବ କୁମାର ଦାଶ,ସଞ୍ଜୟ କୁମାର ପଣ୍ଡା,ଶ୍ରୀନୀବାସ ତ୍ରିପାଠି ଏବଂ ତପନ କୁମାର ତ୍ରିପାଠି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର ସମ୍ପାଦିକା କାଜଲ୍ ସ୍ୱାଇଁ ‘ଇମ୍ପାକ୍ଟ ଅଫ୍ କସ୍ମିକ୍’ ଶୀର୍ଷକ ସନ୍ଦର୍ଭ ପାଠ କରିଥିବା ବେଳେ ରସାୟନ ବିଭାଗ ତରଫରୁ ଦ୍ୱିତୀୟ ବାର୍ଷିକ ଛାତ୍ର ରାଜକୁମାର ନାୟକ ‘ଏଆଇ ରିଭୋଲ୍ଯୁସନ୍ ଇନ୍ କେମିଷ୍ଟ୍ରି’ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ I ଏହି ଅବସରରେ ଉଭୟ ବିଭାଗ ତରଫରୁ ଅନୁଷ୍ଠାନ ଅଧ୍ୟକ୍ଷ ଡଃ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଉଭୟ ବିଭାଗର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିବବେଳେ ତୃତୀୟ ବର୍ଷ ଛାତ୍ରୀ କାଜଲ୍ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.