ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନୂତନ ଭାବେ ଆସିଥିବା ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ପାଇଁ “ନବ ପଲ୍ଲବ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଏବଂ ଅଭିନନ୍ଦନ ପତ୍ର ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ନବାଗତ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ ସହ ଅନୁଷ୍ଠାନରେ ପ୍ରଥମ ଦିନର ଅଭିଜ୍ଞତା ପ୍ରକାଶ କରିଥିଲେ। ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନବାଗତମାନଙ୍କୁ ଅନୁଷ୍ଠାନର ଆଚାର ସଂହିତା, ନୀତି ନିୟମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁଭକ୍ତି ଏବଂ ଅଭିଜ୍ଞତା ଜଣାଇଥିଲେ। ଶେଷରେ ସାଂସ୍କୃତିକ ପରିଷଦର ସହ- ଉପସଭାପତି ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ରୁନିବାଳା ତ୍ରିପାଠୀ,ଅଧ୍ୟାପକ ତ୍ରିନାଥ ବେହେରା, ପ୍ରଦୀପ ଦିଗାଲ, ସୌମେନ୍ଦୁ ପଣ୍ଡା, ଭାରତୀ ବିଶ୍ୱାଳ, ଜୟଶ୍ରୀ ସେଠି, ଗାଙ୍ଗୁଲି ପାଲଟାସିଂ, ଦିପକ ରାଓ, ଆଶୁତୋଷ ପ୍ରଧାନ, କିରନ କହଁର, ସୁନିତା ଦଳବେହେରା, ସ୍ୱରୂପାରାଣୀ ବିଶ୍ୱାଳ, ବିକ୍ରମ କେଶରୀ ରାଉତ, ମନୋଜ କହଁର, ଅର୍କଧ୍ୱଜ ପଣ୍ଡା, ଜଗତ ରଞ୍ଜନ ବିଶ୍ୱାଳ, ଭବାନୀ ଶଙ୍କର ରା, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼, ରମେଶ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post