ନବରଙ୍ଗପୁର : 23/07/025,ଅଶୋକ ସାହୁ, ଶାସକ ପ୍ରଶାସକ ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଶାଖା ତରଫରୁ 30ତମ ପ୍ରତିଷ୍ଠା ଦିବସ ଚୈତନ ମନ୍ଦିର ସଭାଗୃହ ଠାରେ ଜିଲ୍ଲା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ ଙ୍କ ସଭାପତିତ୍ବ ରେ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି l ନବରଙ୍ଗପୁର ବସ ଷ୍ଟାଣ୍ଡ ଠାରୁ ଏକ ବିରାଟ ସଭା ଯାତ୍ରା କରାଯାଇ ଚୈତନ୍ୟ ମନ୍ଦିର ପାଖରେ ପହଂଚି ଥିଲା ପରେ ଏଥିରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଯୁକ୍ତ ଡ଼ ବିପିନ ବିହାରୀ ମିଶ୍ର,ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ଶ୍ରୀ ପରମେଶ୍ୱର ବିଷୋୟୀ,ଜିଲ୍ଲା ଉପ ସଭାପତି ବୀରେନ୍ଦ୍ର ମୋହନ ନାୟକ,ଅଲ ଓଡିଶା ଲେଡ଼ିଜ ୱାର୍କର ଏସିସିଆସନ ରାଜ୍ୟ ସଦସ୍ୟା ଶ୍ରୀ ମତି ସବିତା ନାୟକ, ଜିଲ୍ଲା ସଭାନେତ୍ରୀ ଭାଗ୍ୟ ବତୀ ଷଡ଼ଙ୍ଗୀ ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ, ବିଶ୍ୱ କର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ କୋଠାବାଡି ସଂଘ ର ଜିଲ୍ଲା ସମ୍ପାଦକ ରାମ ବିଷୋୟୀ ଆଶା କର୍ମୀ ସଂଘ ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ ମଞ୍ଚାସିନ ହୋଇଥିଲେ l ଏଥିରେ ଭାରତୀୟ ମଜଦୁର ସଂଘ କୁ 70 ବର୍ଷ ପୂର୍ତ୍ତୀ ହୋଇଛି l ଶୂନ ରୁ ଆରମ୍ଭ ହୋଇ ପ୍ରାୟ 300 ସଂଗଠନ ଓ ପ୍ରାୟ 6 କୋଟି ସଦସ୍ୟ ରହିଛନ୍ତି l ବିଶ୍ୱ ର ଦ୍ୱତୀୟ ସଂଗଠନ ଭାବେ ଉଭା ହୋଇଛି ବୋଲି ଅତିଥି ମାନେ ମତ ଦେଇ ଥିଲେ l ବିଭିନ୍ନ ସଂଗଠନ ର ହିତ ଦୁଷ୍ଟି ରୁ ତିନଟି ପ୍ରସ୍ତାବ ପାରିତ କରାଯାଇଥିଲା l ଏହି ପ୍ରସ୍ତାବ କୁ ରାଜ୍ୟ ସରକାର ଙ୍କୁ ପ୍ରେରଣ କରାଯିବ ବୋଲି ସମ୍ପାଦକ କହିଥିଲେ l ଅଙ୍ଗନବାଡି ସଂଘ ର ସରକାରୀ ଘୋଷଣା, ଆଶା କର୍ମୀ ମାନଙ୍କୁ ସରକାରୀ ଘୋଷଣା ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ ସରକାର ଙ୍କୁ ଅବଗତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା l ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post