ଭାରତୀୟ ମଜଦୁର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

0 2

ପୁରୀ ,୨୩/୭ – ରାଷ୍ଟ୍ର ,ଶ୍ରମିକ ଓ ଉଦ୍ଯୋଗ ହିତ ପାଇଁ ଭାରତୀୟ ମଜଦୁର ସଙ୍ଘ ୧୯୫୫ ମସିହାରେ ଗଠିତ ହୋଇଥିଲା । ମହାନ ରାଷ୍ଟ୍ର ନାୟକ ପରମପୂଜ୍ୟ ଦତ୍ତପନ୍ତ ଥେଙ୍ଗେଡି ମଧ୍ୟପ୍ରଦେଶ ଭୋପାଳ ଠାରେ ୩୦ ଜଣ ଶ୍ରମିକଙ୍କୁ ନେଇ ଆରମ୍ଭ କରିଥିଲେ । ଏହି ସଂଘର ୭୦ତମ ପ୍ରତିଷ୍ଠା ଦିବସ ବୁଧବାର ପୁରୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ରାଜକୁମାର ମିଶ୍ର ସଭାପତିତ୍ୱ କରିଥିଲେ । ବିଭିନ୍ନ ଟ୍ରେଡ଼ ୟୁନିୟନ ଶ୍ରମିକ ,ବିଦ୍ୟୁତ ଶ୍ରମିକ, ରେଲୱେ ଶ୍ରମିକ, ଆଶାକର୍ମୀ,ଉଜ୍ବଲା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ । ଶ୍ରମିକ ମାନଙ୍କ ଅଧିକାର, ସମ୍ମାନ ଓ ସୁବିଧା , ଶିକ୍ଷିତ, ସଚେତନ ପାଇଁ ସଂଘ କାର୍ଯ୍ୟ କରୁଛି ବୋଲି ସଭାପତି ଶ୍ରୀ ମିଶ୍ର କହିଥିଲେ । ଏହି ଉତ୍ସବରେ ପୁରୀ ଜିଲ୍ଲା ସମ୍ପାଦକ ବିଶ୍ୱନାରାୟଣ ଦାସ ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରତିମା ମଞ୍ଜୁରୀ ଦତ୍ତ, ଜିଲ୍ଲା କୋଷାଧ୍ୟକ୍ଷ ମଂଜୁଲତା ମୁଦୁଲି ,ବିଦ୍ୟୁତ ସଙ୍ଘର ସଭାପତି ଗିରିଜା ଶଙ୍କର ହୋତା, ସମ୍ପାଦକ ବସନ୍ତ ପଲେଇ, ରେଲୱେ ଠିକା ମଜଦୁର ସଂଘର ସମ୍ପାଦକ ସନ୍ତୋଷ ପ୍ରଧାନ,ପ୍ରିୟବ୍ରତ ଜେନା ପ୍ରମୁଖ ଯୋଗ ଦେଇ ସମ୍ମାନିତ ହୋଇଥିଲେ । ଆଶା କର୍ମୀ ରିତା ମାଝି, ଜୟନ୍ତୀ ପ୍ରଧାନ,ଉଜ୍ବଲା କର୍ମୀ ରଞ୍ଜିତା ଦାସ ,କୁମୁଦିନି ସାହୁ,ସଂଯୁକ୍ତା ରଥ, ଓଏଲ
ଏମରୁ ସରସ୍ବତୀ ଜେନା ,ଯୋଗେନ୍ଦ୍ର ପାତ୍ର, ଅଙ୍ଗନବାଡି ସଂଗଠନ ର ସୂର୍ଯ୍ୟକାନ୍ତି ପ୍ରଧାନ ,ଶୁଭ୍ରତା ରାଣୀ ମହାନ୍ତି ,ସୁଷମା ବେହେରା ପ୍ରମୁଖ କାର୍ଯ୍ୟକର୍ତା ମାନଙ୍କୁ ଜିଲ୍ଲା ସଭାପତି ରାଜକୁମାର ମିଶ୍ର ପ୍ରତିଷ୍ଠା ଦିବସରେ ଉତ୍ତରୀୟ ,ଫୁଲତୋଡା ଦେଇ ସମ୍ମାନିତ କରିଥିଲେ। ଏହି ଅବସରରରେ ଜିଲ୍ଲା ସଭାପତି ରାଜକୁମାର ମିଶ୍ରଙ୍କ ଜନ୍ମଦିନ ଅବସରରେ ସମସ୍ତ ସଭ୍ଯ ସଭ୍ଯା ମାନେ ଫୁଲତୋଡା ଦେଇ ସ୍ବାଗତ କରିଥିଲେ ।

Leave A Reply

Your email address will not be published.