ସୁବର୍ଣ୍ଣପୁର ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ନୂତନ ଭାବେ ମହିଳା ଥାନା ଅଧିକାରୀ ରୋଜାଲିନି ପଟେଲଙ୍କୁ ଡୁଙ୍ଗୁରିପାଲି ମିନିଟ୍ରକ ସଂଘ, ଶିବାନନ୍ଦ କ୍ଳ୍ଲବ, ବଜାରଙ୍ଗ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଜଣେ ମହିଳା ଥାନା ଅଧିକାରୀ ଭାବରେ ଡୁଙ୍ଗୁରିପାଲି ଥାନାକୁ ପ୍ରଥମ ଥର ଅଧିକାରୀ ଭାବରେ ଯୋଗ ଦେଇ ଛନ୍ତି।ବିଭିନ୍ନ ଥାନାରେ ରେ ସେ ଦକ୍ଷତା ର ସହ କାମ କରିଆସିଛନ୍ତି । ଡୁଙ୍ଗୁରିପାଲି ଥାନାରେ ସାକ୍ଷାତକାର କରି ଡୁଙ୍ଗୁରିପାଲି ଅଂଚଳ ରେ କିଭଳି ଶାନ୍ତି ଶୃଙ୍ଖଳା ଭାବେ ରହିବ ତାର ପ୍ରତି ଦୁଷ୍ଟି ଦେବା ପାଇଁ ଆଲୋଚନା କରିଥିଲେ। ମିନିଟ୍ରକ ସଂଘର ସଭାପତି ମୃତୁଞ୍ଜୟ ମିଶ୍ର, ସମ୍ପଦକ ପ୍ରକାଶ ହାତୀ, ଉପସଭାପତି ପ୍ରମୋଦ ସାହୁ, ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ସଭାପତି ବେହେରା, ମହେଶ ପାଣିଗ୍ରାହୀ, ସୁଦାମ ଦଳେଇ,କୁଞ୍ଜ ମେହେର ଙ୍କ ଶହ ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିବା ବେଳେ ଶିବାନନ୍ଦ କ୍ଳ୍ଲବ ର ଲବ ପଧାନ, ସମ୍ୟରଞ୍ଜନ ଡାଙ୍ଗ,ତାପସ,ବିଟୁ, ସୁବୋଧ,ମୁନୁ, ରାହୁଲ, ଶ୍ରବଣ, ନିଖିଳ, କିଶୋରଙ୍କ ସହ ସମସ୍ତ ସଭ୍ୟ ସାମିଲ ହୋଇଥିଲେ। ସେହିପରି ବଜାରଙ୍ଗ ଦଳର ସଭାପତି ଙ୍କ ସହ ସଦସ୍ୟ ମାନେ ଫୁଲ ତୋଡ଼ା ସହ ଉପଢ଼ୋକଣ ଦେଇ ସାମର୍ଦ୍ଧନା ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.