କୋଲନରା/(ଦେବୀପ୍ରସାଦ ମହାନ୍ତି) ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଆୟୁଷ ସ୍ନାତକ କଳା ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀ ମାନଙ୍କ ସ୍ଵାଗତ ଉତ୍ସବ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ଉଦୟ ଚନ୍ଦ୍ର ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ଆୟାଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆରିଏନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକୃର ବେନିଆ ଏବଂ ସମ୍ମାନିତ ଅତିଥି ଇଂରାଜୀ ବିଭାଗର ଅଧ୍ୟାପକ ସଂଗ୍ରାମ ତଇକା ଏବଂ ମହାବିଦ୍ୟାଳୟର ସଭାଧ୍ୟକ୍ଷ ଶ୍ରୀଯୁକ୍ତ ରବି କୁମାର ଚୌଧୁରୀ, ଅଧ୍ୟକ୍ଷ ସୌଦାଗର ସିଅ (ଓଡ଼ିଆ ବିଭାଗ), ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସଂଗୀତା ପାଢି, ଓ ସୁଶ୍ରୀ ଯୋସାଦା ନାୟକ ,ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ଜ୍ୟୋତିର୍ମୟୀ ରାଉତ, ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସସ୍ମିତା ଚମ୍ପାଫୁଲ, ଶିଳ୍ପ ବିଭାଗର ଅଧ୍ୟାପିକା, ସୁଶ୍ରୀ ଦିକ୍ଷୀତା ଲିମା, କ୍ଲରର୍କ ଶ୍ରୀଯୁକ୍ତ ଲଲିତ ପଳାଇ ଏବଂ ପିଅନ ଶ୍ରୀମତୀ ଶାନ୍ତି କାଡ୍ରାକା ସହ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରାଇଥିଲେ। ସଭାପତି ମହାଶୟ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟର ର ସମ୍ପାଦକ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇଥଲେ ସହ ନିଜର ବକ୍ତବ୍ୟ ମାଧ୍ୟମରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ର ମାର୍ଗ ପ୍ରଦାନ କରିଥିଲେ। ଏବଂ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌଦାଗର ସିଅ ଛାତ୍ରଛାତ୍ରୀ ମାନେ ଜୀବନ ଯାତ୍ରା ରେ ସଫଳ ହେବା ପାଇଁ ପଥପ୍ରଦର୍ଶକ ସାଜିଥିଲେ। ଏହାବ୍ୟତୀତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଗଣ ନିଜର ମନ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଛାତ୍ର ରୂପେ ଗଢିତୋଳିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। କଲେଜ ର ସମସ୍ତ କର୍ମ କର୍ତ୍ତା ମାନଙ୍କ ଏଭଳି ଅଭିଭାଷଣ ଶୁଣି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ଏବଂ ଛାତ୍ରଛାତ୍ରୀ ମାନେ ପାଠ ପଢି ନିଜ ଲକ୍ଷ୍ୟ ସ୍ତରରେ ପହଞ୍ଚିବା ପାଇଁ ପ୍ରତିଜ୍ଞା କରିଥିଲେ।
ପରିଶେଷରେ ଉକ୍ତ କାର୍ଯ୍ୟକ୍ରମ ଟି ସଫଳ ହୋଇଥିବା ଯୋଗୁଁ ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥଲେ ।
Sign in
Sign in
Recover your password.
A password will be e-mailed to you.