ଆଦିତ୍ୟ ଆଲୁମିନା ରିଫାଇନାରି ତରଫରୁ ପୋଡ଼ାପାଡ଼ି ଠାରେ ଜ୍ଞାନବୃଦ୍ଧି ପାଠଶାଳା ଶୁଭାରମ୍ଭ ଓ ସ୍କୁଲ ରେ କୀଟ ବେଗ ବଣ୍ଟନ

0 2

କାଶୀପୁର ରୁ ବୈକୁଣ୍ଠ ଦୁରିଆ –ଗ୍ରାମାଞ୍ଚଳ ରେ ଶିକ୍ଷା ର ଅଗ୍ରଗତି ପ୍ରତି ଦୃଷ୍ଟି ରଖି ରାୟଗଡା ଜିଲ୍ଲା କାଶିପୁର ବ୍ଲକ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ପ୍ରକଳ୍ପ ପକ୍ଷରୁ   ଜ୍ଞାନବୃଦ୍ଧି ପାଠଶାଳା ପୋଡ଼ା ପାଡ଼ି ଗ୍ରାମଠାରେ ଆରମ୍ଭ ହୋଇଯାଇଛି ।ଏହି ପାଠଶାଳା ପ୍ରକଳ୍ପ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳରେ ଉନ୍ନତ ଶିକ୍ଷା ଯୋଗାଇ ଦେବା। ଆଦିତ୍ୟ ଆଲୁମିନା ପ୍ରପଳ୍ପ ର ପ୍ରକଳ୍ପ  ମୁଖ୍ୟ ମଜହର ବେଗ ଅଞ୍ଚଳର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିବାବେଳେ ଶିକ୍ଷା ପ୍ରତି ଗୁରୁତ୍ୟ ଦେବା ପାଇଁ ଆଉ ଏକ ପାଦ ଆଗକୁ ବଢାଇ ଛନ୍ତି।ପ୍ରଥମ ରୁ ପଞ୍ଚମ ଶ୍ରେଣି ପର୍ଯ୍ୟନ୍ତ  ଗ୍ରାମର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ  ଉନ୍ନତ ମାନର ଶିକ୍ଷା ଯୋଗାଇ ଦିଆ ଯିବ  ।ଆଗାମୀ ଦିନରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟପାଠ ପଢାଯିବ ବୋଲି ସିଈଅ କହିଛନ୍ତି । ଜ୍ଞାନବୃଦ୍ଧି ପାଠଶାଳା ।ଆଦିତ୍ୟଆଲୁମିନା ଓ ଲିଓରା ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏହି ପାଠଶାଳା ଆରମ୍ଭ ହୋଇଛି।ଆଦିତ୍ୟ ଆଲୁମିନା କମ୍ପାନୀ ର ସିଇଅ ମଜହର ବେଗ  ଏଚ ଆର ହେଡ ଦୀପକ ମହାନ୍ତି ,ସିଏସଆର ହେଡ ତନ୍ମୟମହାନ୍ତି, କୈଶିକମିଶ୍ର, ବସନ୍ତ ପାଣିଗ୍ରାହୀ,ଶିବ ମହାପାତ୍ର, ଏବଂ ଲିଅରା ଫାଉଣ୍ଡେସନ ର ସଦଶ୍ୟ ଓ ପୋଡ଼ାପାଡ଼ି ଗ୍ରାମର ରାଜେନ୍ଦ୍ର ଦୁରିଆ, ଡୋଉଲ ରତ୍ନ ଚୌଧୁରୀ,ଜୁଧେଷ୍ଟି ଖୋସାଲା, କୁନୁ ସ୍ୱାଇଁ,ସନ୍ତୋଷ ବେହେରା, ଶିବଶଙ୍କର ବାଘ, ସନ୍ତୁ ସ୍ୱାଇଁ, ଗୋପାଳ ବେହେରା ସହ ଶତାଧିକ ଭଦ୍ରବ୍ୟକ୍ତି  ଉପସ୍ଥିତ ରହି ଦିପ ପ୍ରଜଳନ କରି ପାଠଶାଳା ଶୁଭାରମ୍ଭ କରିଥିଲେ ।

ଆହୁ ରି ଆଗକୁ ଅଞ୍ଚଳରେ ଅନେକ  ପାଠଶାଳା କରି ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀ ଙ୍କୁ ନିଯୁକ୍ତି ଦେବାସହ ଛାତ୍ରଛାତ୍ରୀ ମାନଙ୍କ ସୁନ୍ଦର ଭବିଶ୍ୟତ ଗଠନ କରିବା ପାଇଁ ପ୍ରକଳ୍ପ ର ପ୍ରୟାସଜାରି ରହିବ ବୋଲି ଶ୍ରୀଯୁକ୍ତ ବେଗ କହିଛନ୍ତି। ଆଦିତ୍ୟ ଆଲୁମିନା ରିଫାଇନେରି ପ୍ରକଳ୍ପ କଂସାରୀଗୁଡା ସି ଏ ଏସ ଆର ପକ୍ଷରୁ ଏ ଭଳି ମହତ୍ତ୍ଵ ପୂର୍ଣ୍ଣ ପଦକ୍ଷେପକୁ ତନ୍ମୟ ମହାନ୍ତି ଙ୍କୁ ପୋଡ଼ା ପାଡ଼ି ଗ୍ରାମବାସି ଭୂୟସୀ ପ୍ରଶଂସା ଜଣାଇଛନ୍ତି ଓ ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଦିତ୍ୟ ଆଲୁମିନା ରିଫାନାରୀ କଂସାରୀଗୁଡା ତରଫରୁ ୨୧୨ ଜଣ ଙ୍କୁ ହଷ୍ଟେଲ ଛାତ୍ର ଛତ୍ରୀ ଙ୍କୁ କୋମଳ, ବେଡ଼ସିଟ, ଗୋଧି ଓ କୀଟ ବେଗ ବଣ୍ଟନ ସମୟ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.