ସୁଭଦ୍ରା ଶକ୍ତି କାଫେ ଉଦଘାଟିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ବୁଧବାର ଦିନ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ଶକ୍ତି କାଫେକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି। ଜିଲ୍ଲାରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯିବା ସହିତ ମହିଳାଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କରାଯାଇଛି।
ସେଥିମଧ୍ୟରୁ ସୁଭଦ୍ରା ଶକ୍ତି ମାଧ୍ଯମରେ ମହିଳା ମାନେ ସ୍ବାବଲମ୍ବୀ ହୋଇ ଦୁଇ ପଇସା ରୋଜଗାର କରି ପରିବାର ଚଳାଇ ପାରୁଛନ୍ତି। ଏ ଦିଗରେ ମହିଳାଙ୍କୁ ବଞ୍ଚିବାର ବାଟ ଦେଖାଇଛି ମିଶନ ଶକ୍ତି ବିଭାଗ। ସ୍ଥାନୀୟ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ସୁଭଦ୍ରା ଶକ୍ତି କାଫେ ପରିଚାଳନା କରିବା ପାଇଁ ପ୍ରଦାନ କରାଯାଇଛି।
ଏଥିସହ କାଫେ ଦାୟିତ୍ଵରେ ଥିବା ମହିଳାମାନଙ୍କ ସହତ ଜିଲ୍ଲାପାଳ ଆଲୋଚନା କରିଥିଲେ। ମହିଳା ଉଦ୍ୟୋଗୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସଫଳତା କରାଇବା ପାଇଁ ଉତ୍ସାହିତ କରିଥିଲେ। ମହିଳାମାନଙ୍କୁ ସେମାନଙ୍କର ନିଜର ବ୍ୟବସାୟ ଆରମ୍ଭ କରିବା ଏବଂ ରୋଜଗାର କରିବାର ସୁଯୋଗ ଯୋଗାଇବାର ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାଫେରେ ସୁଲଭ ମୂଲ୍ୟରେ ବିଭିନ୍ନ ଖାଦ୍ୟ ଗ୍ରାହକଙ୍କୁ ଯୋଗାଇ ଦେବେ ବୋଲି କାଫେ ଦାୟିତ୍ଵ ରେ ଥିବା ମହିଳା ଗୋଷ୍ଠୀ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ଓ ଜିଲ୍ଲା ପ୍ରକଳ୍ପ ପରିଚାଳକ ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀ ଟିମନ ବାରା ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.