ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

0

 

ପଦ୍ମପୁର/ନୀଳ ଦୀପ: ସ୍ଥାନୀୟ ରିକ୍ରେସନ ସେଣ୍ଟର ନଟରାଜ ପରିସର ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ହିନ୍ଦୀ ଜାଗରଣ ସାମୁଖ୍ୟ ପଦ୍ମପୁର ନଗର ସଂଯୋଜକ ଶ୍ରୀ ସୁନିଷ କୁମାର ଦୋରାଙ୍କ ଏକ ଭାବଗମ୍ଭୀର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ର ସଭାପତି ଡ.ବାଞ୍ଛନିଧି ପଣ୍ଡା ମୁଖ୍ୟ ଅତିଥି ଏବଂ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମମୀନକେତନ ଦୋରା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ତା ସହିତ ବିଶ୍ବହିନ୍ଦୁ ପରିଷଦ ପ୍ରାପ୍ତ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଭାସ୍କର ଦାସ ଓ ରାଷ୍ଟ୍ରୀୟ ସଂୟ ସେବକ ସଂଘର ସେବକ ରୁପେସ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀମତୀ ସବିତା ବହିଦାର ଦୀପ ପ୍ରଜ୍ବଳନ କରିଥିଲେ ଏବଂ ସୁଶ୍ରୀ ମଞ୍ଜୁଳତା ସାହୁ ସାମୁହିକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

           ହିନ୍ଦୀ ଜାଗରଣ ସାମୁଖ୍ୟ ପଦ୍ମପୁର ନଗର ସଂଯୋଜକ ଶ୍ରୀ ସୁନିଷ କୁମାର ଦୋରା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଜୟନ୍ତୀ ସଭାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ରାଷ୍ଟ୍ରୀୟ ଚିନ୍ତାଧାରା ଓ ଆଦର୍ଶକୁ ନେଇ ଉପସ୍ଥିତ ଅତିଥିମାନେ ବିଭିନ୍ନ ଦିଗରୁ ଆଲୋକପାତ କରିଥିଲେ ।ଜୟନ୍ତୀ ସମାରୋହକୁ ଆସିଥିବା ବିଦ୍ୟାର୍ଥି ବାଳକ,ବାଳିକା ମାନଙ୍କୁ ଦୁର ମହାପୁରୁଷ ମାନଙ୍କ ଜୀବନୀ ପୁସ୍ତିକା ଦେଇ ଅଧ୍ୟୟନ କରି ପନ୍ଦର ଦିନ ମଧ୍ୟରେ ବକୃତା ପ୍ରତିଯୋଗିତା ପାଇଁ ପ୍ରେରିତ କରିଯାଇଥିଲା। ପରିଶେଷରେ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.