ସହଯୋଗ ଅନୁଷ୍ଠାନ ର ଦ୍ଵିତୀୟ ସ୍ଵନକ୍ଷତ୍ର ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।

0 1

ପଦ୍ମପୁର :- ସହର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ ର ଦ୍ଵିତୀୟ ସ୍ଵନକ୍ଷତ୍ର ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ଓ ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚଭନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ଚଭନ ନିଜେ ରକ୍ତଦାନ କରି ଉତ୍ସାହିତ କରିଥିଲେ। ବିଧାୟିକା ଶ୍ରୀମତୀ ବରିହା ସହଯୋଗ ଅନୁଷ୍ଠାନ ର ବିଗତ ଦିନରେ ହୋଇଥିବା କାର୍ଯ୍ୟକୁ ପ୍ରସଂଶା କରିବା ସହିତ ଉତ୍ତୋରତର କାମନା କରିଥିଲେ। ଶିବିର ରୁ ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ସଂଗ୍ରହ ହୋଇଥିଲା। ପଦ୍ମପୁର ରକ୍ତଭଣ୍ଡାର ରୁ ସଂଗ୍ରାମ କେଶରୀ ମହାନ୍ତ, ସୁମିତ୍ ସିହ୍ନା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ସଭାପତି ମୌସମ ପାଗୋଡ଼ା, ସମ୍ପାଦକ ତାପସ କୁମାର ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.