ଓଡ଼ଗାଁରେ ୪୭ତମ କାର୍ତ୍ତିକେଶ୍ୱର ପୂଜାତ୍ସବ ଅନୁଷ୍ଠିତ,

13


ପଞ୍ଚୁକରେ କାର୍ତ୍ତିକେୟଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ


ଓଡ଼ଗାଁ, ୨୧।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପରେ ପଞ୍ଚୁକ ଅବସରରେ ୪୭ତମ କାର୍ତ୍ତିକେଶ୍ୱର ପୂଜାତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ କାର୍ତ୍ତିକେୟ ଦେବଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀ ରଘୁନାଥ ଜିଉଙ୍କ ପଞ୍ଚୁକ ଉତ୍ସବ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକେୟଙ୍କ ଦର୍ଶନ କରିବାର ସୁଯୋଗ ଲାଭ କରୁଛନ୍ତି। ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଏହି ପୂଜାତ୍ସବ ଆୟୋଜିତ ହୋଇଆସୁଛି। ଚଳିତ ବର୍ଷର ଉତ୍ସବକୁ ମନ୍ଦିର ସୁପରଭାଇଜରଙ୍କ ଅନ୍ୟାନ୍ୟ ପ୍ରମୁଖ ସହଯୋଗୀଙ୍କ ଦ୍ବାରା ପରିଚାଳିତ ହେଉଛି। ଅନ୍ୟପକ୍ଷରେ, ମନ୍ଦିର ରୋଡସ୍ଥିତ କଦମ୍ବ ବୃକ୍ଷ ନିକଟରେ ଶ୍ରୀ ତ୍ରିନାଥ ଠାକୁରଙ୍କ ବାର୍ଷିକୋତ୍ସବ ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେଉଛି। ଏହି ଅବସରରେ ପ୍ରତିଦିନ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆକର୍ଷଣୀୟ ଆଲୋକସଜ୍ଜା ମନ୍ଦିର ରୋଡ୍‌ର ଶୋଭା ବୃଦ୍ଧି କରିବା ସହ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ଥାନରେ ବିଭିନ୍ନ ଦେବଦେବୀଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ଉଠାଉଛନ୍ତି।

Leave A Reply

Your email address will not be published.