କଳାହାଣ୍ଡିରେ କଂଗ୍ରେସ ଓ ୮ ଟି ପ୍ରମୁଖ ବିରୋଧୀ ଦଳ ପକ୍ଷରୁ ଓଡିଶା ବନ୍ଦ ପାଳନ

0 2

କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ :- ଭବାନୀପାଟଣା ୧୭।୭ : ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ରେ ଜଣେ ଅଧ୍ୟପକ ଯୌନଆବେଦନ ଓ ନିର୍ଯ୍ୟାତନା ବିରୋଧରେ କଂଗ୍ରେସ ପକ୍ଷରୁ ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖୁବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ବତଃପ୍ରବୃତ ଭାବେ ବନ୍ଦ ରହିଥ‌ିବା ବେଳେ କଂଗ୍ରେସ ନେତା ଓ କର୍ମୀ ପିକ ପିକେଟିଂ କରିବା ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ହଜାର ହଜାର ଗାଡି ଅଟକି ରହିଛି। ଗୁରୁବାର ସକାଳ ୬ ରୁ. ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୧୨ ଘଂଟିଆ ବନ୍ଦ ପାଳନ କାର୍ଯ୍ୟକ୍ରମ ରହିଅଛି। ସମସ୍ତ ସ୍କୁଲ, କଲେଜ, ସରକାରୀ,ବ୍ୟାଙ୍କ, ପୋଷ୍ଟ ଅଫିସ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି ।
ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନ୍ଦୋଳନ କରୁଛି ।ଏହି ବନ୍ଦ ଡାକରାରେ ସଦର ବିଧାୟକ ସାଗର ଚରଣ ଦାସ ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଂଯୋଜକ ଜଳନ୍ଧର ନାଏକ ଏବଂ ପୂର୍ବତନ ଡିସିସି ସଭାପତି ଭାରତ ଭୂଷଣ ବେମାଲ, ବାମପନ୍ଥୀ ଦଳର ନେତା ଦାମ ବେହେରା, ସୁକାନ୍ତ ପ୍ରାଧନୀ, ସରୋଜ ବାଗ, ପ୍ରିତମ ବେହେରା, ସୁବାଷ ବାଗ, ମହମ୍ମଦ ସାହେବ ପ୍ରମୁଖ ସାମିଲ ହୋଇ, କଳାହାଣ୍ଡି ବନ୍ଦ କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଳାହାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 

Leave A Reply

Your email address will not be published.