ଅସ୍ତରଙ୍ଗ,, ପୁରୀଜିଲ୍ଲା ର ଅଗ୍ରଣୀ ସାହିତ୍ୟ ସଂସଦ ଅସ୍ତରଙ୍ଗ ବ୍ଲକ ର ବେଳାଭୂମି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ରବିବାର ଦିନ ଅସ୍ତରଙ୍ଗ ସ୍ଥିତ ପିର ଯାହାନିଆ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି l ପ୍ରାରମ୍ଭ ରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ କୁମାର ନାୟକ, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି ସମୀୟ କୁମାର ପଟନାୟିକ,ସମାଜ ସେବି ଶସଧର ପଣ୍ଡା, କବି ସମ୍ପାଦ ରଥ, ସଂପାଦକ ଦୁଃସାଶନ ନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିବା ପରେ ସାହିତ୍ୟ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା, l ଓଡିଶା ସରକାର ଙ୍କର ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବେଳାଭୂମି ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ, ସଂସଦ ର ସଭାପତି ଶ୍ରୀ ଚିତ୍ତ ରଞ୍ଜନ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ ସ୍ୱାଧୀନ କୁମାର ନାୟକ, ଚଳଚିତ୍ର ନିର୍ଦେଶକ ଶ୍ରୀକାନ୍ତ ଗୌତମ,ଶିକ୍ଷାବିତ ସସଧର ପଣ୍ଡା, ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର ସଭାପତି ଅମୀୟ କୁମାର ପାଟନାୟକ, ଅବସର ପ୍ରାପ୍ତ ପ୍ରଶାସକ ଅଶୋକ କୁମାର ଶତପଥୀ, ସାମ୍ବାଦିକ ରାଜ କିଶୋର ସ୍ୱାଇଁ,ବ୍ୟଙ୍ଗ କବି ସମ୍ପଦ ରଥ,ସରପଞ୍ଚ କ୍ଷୀରୋଦ କାଣ୍ଡି, ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରମୁଖ ପ୍ରଚାର ସହ ପ୍ରସାର ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିର୍ଣ୍ଣ ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ, ଆଜିର ଦିନରେ ବେଳାଭୂମି ସାହିତ୍ୟ ସଂସଦ ର ଓଡ଼ିଆ ସାହିତ୍ୟ ଜଗତରେ ଏହି ଭଳି କାର୍ଯ୍ୟକ୍ରମ କୁ ଭୂୟସି ପ୍ରଶଂସା କରିଥିଲେ l ବେଳାଭୂମି ସାହିତ୍ୟ ସଂସଦ ର ସମ୍ପାଦକ ଶ୍ରୀ ଦୁଃସାଶନ ନାୟକ ପ୍ରାରମ୍ଭରେ ବିବରଣୀ ପାଠ କରିବା ସଶ, ଆଗାମୀ ଦିନରେ ସଂସଦ ଗ୍ରହଣ କରିବାକୁ ଯାଉଥିବା ବିଭିର୍ଣ୍ଣ କାର୍ଯ୍ୟକ୍ରମ ଉପରେ ସମକ୍ୟା ସୂଚାନା ପ୍ରଦାନ କରିଥିଲେ l ସଂସଦ ର ସଂଯୋଜକ ଶ୍ରୀ ଶୋଭାକାର ବେହେରା, କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ , ବରଗଡ଼ ରୁ ଆସିଥିବ କଂସ ମହାରାଜ ଙ୍କ ଅଭିନୟ ବେଶ ଆକର୍ଷଣ ଥିଲା l ବିଭିର୍ଣ୍ଣ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ରାଜ୍ୟର ବିଭିର୍ଣ୍ଣ ଜିଲାରୁ ଆସିଥିବା ଷାଠିଏ ଜନ କବି ଓ କବି କବୟିତ୍ରୀ ଙ୍କୁ ମନ ପତ୍ର, ଉତ୍ତରୀୟ ଓ ଫୁଲ ତୋଡଡା ଦିଅ ଜାଇ ଅତିଥି ଙ୍କ ଦ୍ଵାରା ସମ୍ବରଧିତ କରା ଯାଇଥିଲା l କାର୍ଯ୍ୟକ୍ରମ ରେ ସାହଯୋଗ କରିଥିଲେ ରମେଶ ସହୂ,ଅଶୋକ ପରିଡା, ସଂଜୀ ନାୟକ, ବାବୁ ବିଶ୍ୱାଳ,ବିଦେଶୀ ବିଶ୍ୱାଳ, ପ୍ରମୁଖ l
Sign in
Sign in
Recover your password.
A password will be e-mailed to you.
Prev Post