ଦୁତୀକେଶ୍ବର ପୀଠରେ ଲାଗିଲାଣି କାଉଡ଼ିଆଙ୍କ ଭିଡ

2

ଓଡ଼ଗାଁ, ୧୩।୭(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣର ପ୍ରଥମ ସୋମବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁ ପାଟଣା ଠାରେ ବିରାଜିତ ବାବା ଦୁତୀକେଶ୍ବରଙ୍କ ପୀଠରେ ଜଳ ଲାଗି ପାଇଁ ଆରମ୍ଭ ହେଲାଣି କାଉଡ଼ିଆଙ୍କ ଭିଡ । ରବିବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୨ ହଜାର କାଉଡ଼ିଆ ପୀଠରେ ପହଁଞ୍ଚିଯାଇଥିବା ବେଳେ ଗୁଳୁଗୁଳି ଗରମ ଯୋଗୁଁ ବହୁ ସଂଖ୍ୟାରେ କାଉଡ଼ିଆ ରାତିସୁଦ୍ଧା ପହଁଞ୍ଚିବା ଜଣାପଡିଛି । ଭିଡ଼କୁ ଦେଖି ମନ୍ଦିର ପ୍ରଶାସନ କାଉଡ଼ିଆଙ୍କ ରାତି ଯାପନ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଛନ୍ତି । ବିଭିନ୍ନ ସ୍ଥାନରୁ ଆସି ମାନସିକ ଧାରିମାନେ କାଉଡ଼ିଆ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିରେ ଲାଗିପଡିଛନ୍ତି ।

ପୁରୁଷଙ୍କ ସହିତ ବହୁସଂଖ୍ୟାରେ ମହିଳା କାଉଡ଼ିଆ ଆସିଥିବା ବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲକ୍ଷ୍ୟ କରି ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ମହିଳା ପୋଲିସ ଟିମ୍ ମୁତୟନ କରିବା ସହିତ ସମଗ୍ର ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ଏସ୍ ଆଇ ମନୋରଞ୍ଜନ ଦେହୁରୀ, ଟିଟୁବାଳା ବେହେରାଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିଥିବା ଜଣାପଡିଛି ।

Leave A Reply

Your email address will not be published.