ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁଦେଇପଡାସ୍ଥିତ ମା ସମଲେଶ୍ବରୀ କ୍ଲବ ଆନୁକୁଲ୍ୟରେ ଆଗାମୀ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗଣେଶ ପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏବର୍ଷ ୩୫ ବର୍ଷ ରେ ପଦାର୍ପଣ କରୁଥିବାରୁ ଗଣେଶ ପୂଜା କୁ ଧୁମଧାମରେ ଓ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ଦିଗରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତୁତି ବୈଠକ ହେମନ୍ତ କୁଦେଇଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହେଇଥିବା ବେଳେ ସେ ପୂର୍ବ ବର୍ଷର ଖର୍ଚ୍ଚ ବିବରଣୀ ପ୍ରଦାନ କରିଥିଲେ। ଏହି ପ୍ରସ୍ତୁତି ବୈଠକ ରେ ଚଳିତ ବର୍ଷର ପୂଜା କମିଟୀର ସଭାପତି ଯଦୁମଣି କୁଦେଇ, ସମ୍ପାଦକ ସୌମ୍ୟରଂଜନ ମହାନ୍ତି, ଉପ ସଭାପତି ସରୋଜ ପଧାନ, ସହ ସମ୍ପାଦକ ବିକାଶ ହାତୀ, କୋଷାଧ୍ୟକ୍ଷ ସ୍ବାଗତ ସାହୁ, ସହ କୋଷାଧ୍ୟକ୍ଷ ମିତେଶ କୁଦେଇ ଏବଂ କମିଟୀର ସଦସ୍ୟ ବୃନ୍ଦ ପ୍ରଶାନ୍ତ, ରାଜମୋହନ, ଅଜିତ, ରାହୁଲ, ହିମାଂଶୁ, ଶଙ୍କରସନ, ତରଣୀ, ଯୁଧିଷ୍ଠିର,ପ୍ରୀତମ, ରଘୁ, ମନ, ଅଙ୍କିତ, ଭାବେଶ, ସଚିନ, ଚନ୍ଦନ, ବଣ୍ଟୁ ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ଅଗଷ୍ଟ ୨୭ ରେ ହେବାକୁ ଥିବା ଗଣେଶ ପୂଜା ପାଇଁ ୧୦ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା।
ଶେଷରେ କ୍ଲବର ସଭାପତି ଯଦୁମଣି କୁଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ଏବଂ ଗଣେଶ ପୂଜା ସୁରୁଖୁରୁରେ ଅନୁଷ୍ଠିତ କରିବା ନିମନ୍ତେ ଆହ୍ବାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post