ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଞ୍ଚାୟତ କାର୍ଯ୍ୟଳୟ ଠାରେ ଆଜି ତ୍ରିଲୋଚନ ନେତ୍ରାଳୟ ଭିଜନ ସେଣ୍ଟର ଡୁଙ୍ଗୁରିପାଲି ଏବଂ ଗ୍ରାମ ପଞ୍ଚାୟତ ଚେରୁପାଲି ର ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଯାଇଛି । ଏହି ଶିବିର ରେ ୬୩ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୫ ଜଣ ଚକ୍ଷୁ ରୋଗୀଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ସେଥି ମଧ୍ଯରୁ ୧୩ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ତ୍ରିଲୋଚନ ନେତ୍ରାଳୟ ବଲାଙ୍ଗିରକୁ ପଠାଇଥିଲେ । ତ୍ରିଲୋଚନ ନେତ୍ରାଲୟର ଏକ ଡ଼ାକ୍ତରୀ ଦଳ ସୁଶ୍ରୀ ରିତୁଶ୍ରୀ ଗେଜୋ, ଶ୍ରୀ ଅରୂପା ପଧାନ ଏବଂ ସୁଶ୍ରୀ ରିନୁ ମଟିଆରି ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିବା ବେଳେ ଚେରୁପାଲି ସରପଞ୍ଚ ଦିଲ୍ଲୀପ ଶତପଥୀ , ମଙ୍ଗଳୁ ଦାସ , ତେଜରାଜ ରଣା ପ୍ରମୁଖ ଶିବିର ରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ଅନୁସୂଚିତ ଜାତି ବିଭାଗରେ ସ୍ଥାନ ପାଇଥିବା ପଦାଧିକାରୀ ମାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା
Next Post