ରାଉରକେଲା, (ବସନ୍ତ କୁମାର ଜେନା) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ନିକଟରେ ଗଠନ ହୋଇଥିବା ପ୍ରଦେଶ କଂଗ୍ରେସ କମିଟି ର ଅନୁସୂଚିତ ଜାତି ବିଭାଗ ( SC Cell ) ରେ ରାଉରକେଲା ଜିଲ୍ଲା କଂଗ୍ରେସ ରୁ ସ୍ଥାନ ପାଇଥିବା ପଦାଧିକାରୀ ମାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ମାନିତ କରାଯାଇଥିଲା l ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବ ନିଯୁକ୍ତ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଗଜେନ୍ଦ୍ର ତନ୍ତୀ , ସମ୍ପାଦକ ଶ୍ରୀଯୁକ୍ତ ଆଦେଶ ସୁନା , ସମ୍ପାଦକ ଶ୍ରୀଯୁକ୍ତ ବିନୋଦ ତନ୍ତୀ ଏବଂ ସମ୍ପାଦକ ଶ୍ରୀ ରାଜୁ ଜୟପୁରିଆ ଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲା ସଭାପତି ଶ୍ରୀ ଦାସ କହିଥିଲେ ରାଜ୍ୟ ସ୍ତରରେ ଅନୁସୂଚିତ ବିଭାଗ ରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ରୁ ପାଞ୍ଚ ପାଞ୍ଚ ଜଣକୁ ସ୍ଥାନ ମିଳିବା ନିହାତି ରୂପେ ରାଉରକେଲା ରେ କଂଗ୍ରେସ ଦଳକୁ ଅଧିକ ମଜବୁତ କରିବା ସହିତ ଜିଲ୍ଲା ରେ ଦଳିତ ଏବଂ ପଛୁଆ ବର୍ଗ ର ଲୋକଙ୍କୁ ଦଳ ସହିତ ଯୋଡିବାରେ ସହାୟକ ହେବ l ନବ ନିଯୁକ୍ତ ପଦାଧିକାରୀ ମାନେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳକୁ ମଜବୁତ କରିବା ପାଇଁ ସେମାନଙ୍କର ସର୍ବଶ୍ରେଷ୍ଟ ପ୍ରୟାସ କରିବେ ବୋଲି ମତ ଦେଇଥିଲେ l ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଗଣେଶ ପ୍ରଧାନ , ଉପସଭାପତି ସନ୍ତୋଷ ବିଶ୍ୱାଳ,ସାଧାରଣ ସମ୍ପାଦକ ନଚିକେତା ମହାପାତ୍ର , ବ୍ଲକ ସଭାପତି ହରପ୍ରସାଦ ସାମଲ , ରଘୁନାଥ ଦାସ , ଭୀମ ମାହାତୋ , ଯୁବ କଂଗ୍ରେସ ର ଇସ୍ତେହାର ମୋହମ୍ମଦ, ସେବାଦଳ ମୁଖ୍ୟ ବିନୋଦ ରାଉତ , ଏସ ଟି ସେଲ ମୁଖ୍ୟ ରାଜେଶ ଟପ୍ପୋ,ବରିଷ୍ଠ ନେତା ବିଜୟ ଆପଟ , ରବୀନ୍ଦ୍ର ନାୟକ, ସୁଧୀର ନାଥ , ଜୁଲୁ ରେହେମାନ , ବ୍ରଜ ମୋହନ ତ୍ରିପାଠୀ , ଛବି ଦାସ, ମହିଳା କଂଗ୍ରେସ ର ସୁଶ୍ରୀ ରଞ୍ଜିତା ମଲ୍ଲିକ , ସୁନିତା ଲାକ୍ରା , ଝୁନୁ ପଟ୍ଟନାୟକ , ସରିତା ଟପ୍ପୋ , ରୁକସାନା ବେଗମ ଆଦି ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post