ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ରାସ୍ତା ସମ୍ପ୍ରସାରଣ, ଗୃହ ନିର୍ମାଣ ଓ ବିଭିନ୍ନ କଳକାରଖାନା ସ୍ଥାପନ ଯୋଗୁଁ ପ୍ରତ୍ୟକ ଦିନ ଶହ ଶହ ଗଛ କଟା ଚାଲିଛି I ଏହାକୁ ଦୃଷ୍ଟିରେ ରଖି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ପାଇଲିପଡ଼ା ମୁଠା ହାଡ଼ି ସମାଜ Iବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିଞ୍ଚଣା ଠାରେ ପାଇଲିପଡ଼ା ମୁଠା ହାଡ଼ି ସମାଜର ବାର୍ଷିକ ଉତ୍ସାବରେ ସମାଜର ମହିଳା କର୍ମକର୍ତ୍ତା ଏବଂ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କରାଯାଇଛି I ବାର୍ଷିକଉତ୍ସବରେ ରକ୍ତଦାନ ଶିବିର ଏବଂ ସାହିତ୍ୟ ଘର ସହ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କରି ଅନ୍ୟ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ପାଇଲିପଡ଼ା ମୁଠା ହାଡ଼ି ସମାଜର ମହିଳା ମାନେ I ଗୋବରା ଏବଂ ବିଞ୍ଚଣା ମଝିରେ ଥିବା ଖାଲି ସ୍ଥାନ ଏବଂ କଣିଆସିଂ ନାଳର ହିଡରେ କଦମ୍ବ,ବର ଅଶ୍ଵତ୍ଥ,ଆମ୍ବ, କାକପୋଇ,ଶାଗୁଆନ୍, ବଉଳ ଭଳି ବିଭିନ୍ନ କିସମର ପ୍ରାୟ ୭୫ ଟି ଚାରା ରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ହାଡି ସମାଜର ମହିଳା ମାନେ ଉତ୍ସାହର ସହିତ ସାମିଲ୍ ହୋଇଥିଲେ l ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଇଲିପଡ଼ା ମୁଠା ହାଡ଼ି କୂଳ ସମାଜ ସଭାପତି ପବିତ୍ର କୁମାର ନାଇକ, ଉପସଭାପତି ଗୋଲା ନାଇକ, ସମ୍ପାଦକ ପଞ୍ଚାନନ ନାଇକ, କୋଷାଧ୍ୟକ୍ଷ ସୁଧୀର ନାଇକ, ଉପଦେଷ୍ଟା ସାଇବ ନାଇକଙ୍କ ସମେତ ୨୨ ଟି ଗ୍ରାମ ସାହିର ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ I ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ଦାମଦୋର ନାଇକ, ଯୁବ ସ୍ଵେଚ୍ଛାସେବୀ ଯୋଗେନ୍ଦ୍ର ସେଠୀ, ବୃନ୍ଦାବନ ରାଉତ, ସାମ୍ବାଦିକ ପଞ୍ଚାନନ ସାହୁ, ସୁରେଶ ଲେଙ୍କାଙ୍କ ସମେତ ମହିଳା ସଦସ୍ୟ ଶାନ୍ତି ନାଇକ, ବିଜୟା ନାଇକ, ଶ୍ରୀନୀବାସ ନାଇକ, ରୀନା ନାଇକ, ଶ୍ରଦ୍ଧାଞ୍ଜଳି ନାଇକ, ମଞ୍ଜୁଳା ନାଇକ, ଚିତ୍ରସେନୀ ନାଇକ, ସୀମା ନାଇକ,ବିଧାନ ନାଇକ, ବିକି ନାଇକ, ଦରିଆ ନାଇକ, ସୁନା ନାଇକଙ୍କ ସମେତ ହାଡ଼ି ସମାଜର ବହୁ କର୍ମକର୍ତ୍ତା ଏବଂ ସମ୍ବାଦ ସାହିତ୍ୟ ଘରର କର୍ମକର୍ତ୍ତା ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post