
ଜମନକିରା (ଲିପନ ନାଏକ ) ପ୍ରତ୍ୟୋକ ବର୍ଷ ବର୍ଷା ଋତୁ ଆରମ୍ଭ ହେବାପରେ ପରିବାଦର ସାଧାରଣତଃ କିଛି କିଛି ବୃଦ୍ଧି ପାଇଥାଏ l କିନ୍ତୁ ଚଳିତ ବର୍ଷ ପରିବାଦର ନିୟନ୍ତ୍ରଣ ବାହାରେ ଥିବା ଭଳି ଲାଗୁଛି l ଯାହା ସାଧାରଣ ଖାଉଟିଙ୍କୁ ଖୁବ ବାଧୁଛି l ଏଇ ଅଳ୍ପଦିନ ମଧ୍ୟରେ ଦର ଦୁଇଗୁଣ ବଢ଼ିଯିବା ନେଇ ଖାଉଟି ଚିନ୍ତାରେ ପଡିଯାଇଛି l ପକେଟ ଖାଲି ହେଲେ ମଧ୍ୟ ଅଧାବେଗ ପରିବା ଭର୍ତ୍ତି ହେଉନାହିଁ l ଏଵେ ଅନେକ ଦେଖିବାକୁ ମିଳୁଛି ଯେ ପୂର୍ବରୁ ପରିବା ଖାଉଟି ବେଗରେ ପରିବା ଆଣୁଥିବା ବେଳେ ବର୍ତ୍ତମାନ ପଲିଥିନ ରେ ଆଣୁଚି l ପରିବା ଦର ପ୍ରତ୍ୟକ ବର୍ଷ ୫୦ ଟଙ୍କା ପାଖାପାଖି ରହୁଥିବା ବେଳେ ଚଳିତ ବର୍ଷ ୧୦୦ ଉପରେ ରହୁଛି l ଯାହାକି ଗରିବ ଓ ମଧ୍ୟବର୍ତ୍ତୀ ପରିବାର ପାଇଁ ବହୁତ କଷ୍ଟଦାୟକ ହୋଇପଡୁଛି l ରବିବାର ଜମନକିରା ବ୍ଲକ ରେଙ୍ଗାଳବେଡା ବାଜାର ପରିସରରେ କେଜି ପ୍ରତି କରଲା ୧୨୦, ପୋଟଳ ୧୨୦, ଭେଣ୍ଡି ୧୨୦, ବାଇଗଣ ୧୨୦, ଖଡା ୧୨୦, ପାତଳଘଣ୍ଟା ୪୦ ଏବଂ ଅନ୍ୟାନ୍ୟ ଅନେକ ପରିବା ଦର ଆକାଶ ଛୁଆ ଦର ବଢିଥିବା ଦେଖିବାକୁ ମିଳିଥିଲା l ବଜାର କୁ ଆସିଥିବା ଖାଉଟି ନକୁଳ ବଗର୍ତ୍ତୀ ଙ୍କୁ ପରିବା ଦର ରେଟ ପଚାରିବାରୁ ସେ ହାସ୍ୟ ଭାବରେ କହିଥିଲେ ପରିବା ଦର ଆକାଶ ଛୁଆ ମୁଁ କେବଳ ଆଳୁ ନେଇ କି ଯାଉଛି ଅଣ୍ଡା ଝୋଳ ଖାଇକି ଚାଲିବୁ କଣ ପାଇଁ ନା ଅଣ୍ଡା ପରିବା ଠୁ କମ ଦର l ଏହାକୁ ନଜରେ ରଖି ଅଞ୍ଚଳରେ ଶୀତଳଭଣ୍ଡାର ର ନିର୍ମାଣ ହେଲେ ଚାଷୀର ଆର୍ଥିକ ଉନ୍ନତି ସହିତ ଦର ମଧ୍ୟ ନିୟନ୍ତ୍ରଣ ହୋଇ ପାରନ୍ତାବୋଲି ଚାଷୀ ମହଲ ରେ ଚର୍ଚ୍ଚା ହେଉଛି l
Sign in
Sign in
Recover your password.
A password will be e-mailed to you.
Prev Post