ଵଜ୍ରାଘାତ ହୋଇ ମୃତ୍ୟୁ

2

ଜମନକିରା (ଲିପନ ନାଏକ): ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ପଞ୍ଚାୟତ ଅଧିନସ୍ତ ଶୁଣ୍ଡେନମାଲ ର କୈଳାସ କିସାନ ଓ ନାଗ୍ରାବହାଲ ର ଦିନେଶ ଜାମୁଡୁଲିଆ ସୁବର୍ଣ୍ଣପାଲି ର ଟିଙ୍କୁ ଖୁଣ୍ଟିଆ ଙ୍କ ବିଲ ରେ କାମ କରିବା ପାଇଁ ଆସିଥିଲେ, ଆନୁମାନିକ ସମୟ ଦିନ ଏକ ଟାରେ ଘଡ ଘଡି ସହ ବର୍ଷା ଫଳରେ ଉଭୟଙ୍କୁ ଵଜ୍ରାଘାତ ହୋଇ କୈଳାସ କିସାନ ଙ୍କ ମୃତ୍ୟୁ  ହୋଇଥିବା ବେଳେ ଦିନେଶ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି l ଦୀନେଶ ଙ୍କ ଅବସ୍ଥା ରେ ଟିକେ ସୁଧାର ଆସିଥିବା ଜଣାଯାଇଥିବା ବେଳେ ସେ କୁଚିଣ୍ଡା ଡାକ୍ତର ଖାନା ଚିକିତ୍ସିତ ହେଉଛନ୍ତି l କୈଳାସ ଙ୍କ ପୋଷ୍ଟମଟମ ପରେ ତାଙ୍କର ପରିବାର କୁ  ତାଙ୍କ ଶବ ହସ୍ତାନ୍ତର ହେବ l ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଏବଂ ତାଙ୍କର ସ୍ତ୍ରୀ ଅଛନ୍ତି l

Leave A Reply

Your email address will not be published.