କୁଚିଣ୍ଡା (ଲିପନ ନାଏକ ): ପନିପରିବା ଫସଲକୁ ଗାଇ ଗୋରୁ, ପକ୍ଷୀଙ୍କ ଠୁ ରକ୍ଷା କରିବାରେ ସାହାଯ୍ୟ କରୁଛି ବିୟର ବୋତଲ l ବୋତଲ ବାଡେଇ ହେବା ଶବ୍ଦ ଶୁଣି ବଗିଚାରୁ ଦୁରେଇ ହଇ ରହୁଛନ୍ତି ପଶୁ ପକ୍ଷୀ |
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କଲେଇଗଡ଼ ପଂଚାୟତ ଅନ୍ତର୍ଗତ କୁଡାପଡା ଗ୍ରାମର ଧନୁର୍ଯ୍ୟ ମେହେର ତାଙ୍କ ବଗିଚାରେ ଝୁଣୁଗା, କାଙ୍କୁଡ଼ି, ଯହିଁ, କରଲା, ମୂଳା, ଲଙ୍କା ଭଳି ଅନେକ ପନିପରିବା ଚାଷ କରି ନିଜ ପେଟପୋଷଣ କରନ୍ତି l ଚାଷ ଜମିରେ ବାଡ଼ ଦେଇ ଥିଲେ ମଧ୍ୟ ଗାଇ ଗୋରୁଙ୍କ ଠୁ ଚାଷ କିଛି ମାତ୍ରା ରୋକାଯାଇ ପାରୁଥିଲା କିନ୍ତୁ ମୂଷା, ପକ୍ଷୀ ମାନେ ଆସି ପନିପରିବା କୁ ଛୋଟ ଛୋଟ ଟୁକୁଡା ଖାଇ ନଷ୍ଟ କରୁଥିବାରୁ ମେହେର ଅଭିନଵ ପ୍ରୟାସ ରେ ନିଜ ପନିପରିବା ଚାଷ କୁ ରକ୍ଷା କରୁଛନ୍ତି l
ମେହେର ନିଜ ଚାଷ ଜମିରେ ଚାରିଆଡେ ବଡ଼ ବଡ଼ ଖମ୍ବ ଗାଡି ସେଇ ଖମ୍ବ ମାନଙ୍କରେ ଦୁଇଟି ଲେଖାଏଁ ଖାଲି ବିୟର ବୋତଲକୁ ଲୁହା କଣ୍ଟା ଖଣ୍ଡେ ବାନ୍ଧି ଦୁଇ ବୋତଲକୁ ଝୁଲାଇ ବିଭିନ୍ନ ସ୍ଥାନରେ ଦେଇଛନ୍ତି l ଫଳରେ ଯେତେବେଳେ ପବନ ବହୁଛି ଦୁଇଟି ବୋଟଲ ବାଡେଇ ହେଉଥିବା ରୁ ଶବ୍ଦ ଶୁଭିବାରୁ ଏଵେ ପଶୁ ପକ୍ଷୀ ମାନେ ସେହି ସ୍ଥାନରୁ ଦୁରେଇ ହୋଇ ରହୁଥିବା ମେହେର ପ୍ରକାଶ କରିଛନ୍ତି l ଏହିପରି ଭାବରେ କାର୍ଯ୍ୟ କରି ଫସଲ କେଲେ ପଶୁ ପକ୍ଷୀ ଙ୍କ ଦାଉରୁ ଫସଲ କୁ ନଷ୍ଟ ନ ହେବାରୁ ବଞ୍ଚିତ କରାଯାଉଥିବା ମେହେର କହିଛନ୍ତି l ଏହି କାର୍ଯ୍ୟରେ ପୁଅ ସରୋଜ ମେହେର, ସନାତନ ପ୍ରଧାନ ତାଙ୍କୁ ସହଯୋଗ କରୁଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post